Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ!‘ବନ୍ଦେ ମାତରମ୍’କୁ ଅପମାନ କଲେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ଅପମାନ କିମ୍ବା ଏହାର ଗାନରେ ବାଧା ସୃଷ୍ଟି କଲେ ହୋଇପାରେ ବଡ କାର୍ଯ୍ୟାନୁଷ୍ଠାନ | ଏନେଇ କେନ୍ଦ୍ର ସରକାର ଆସନ୍ତା ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ‘ଜାତୀୟ ସମ୍ମାନର ଅପମାନ ପ୍ରତିରୋଧ (ସଂଶୋଧନ) ବିଲ୍’ ଲୋକସଭାରେ ଆଗତ କରିବାକୁ ପ୍ରସ୍ତୁତି କରିଛନ୍ତି।

ଏହାସହ ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ମଧ୍ୟ ଆଣିବେ। ନୂଆ ବ୍ୟବସ୍ଥା ଅନୁଯାୟୀ, ଜନ୍ମ କିମ୍ବା ମୃତ୍ୟୁର ଦୁଇ ବର୍ଷ ପରେ ପଞ୍ଜୀକରଣ କରିବାକୁ ହେଲେ ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ ହେବ। ସରକାରୀ ରେକର୍ଡକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ପାଇଁ ଏହି ପରିବର୍ତ୍ତନ ଅଣାଯାଉଛି।

ସେହିପରି ସୁପ୍ରିମକୋର୍ଟ ସମ୍ବନ୍ଧୀୟ ଏକ ସଂଶୋଧନ ବିଲ୍ ମଧ୍ୟ ସଂସଦରେ ଆଗତ ହେବ। ଏହି ବିଲ୍ ପାରିତ ହେଲେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ବଢ଼ି ୩୭ ହେବ। ଏହି ସମସ୍ତ ବିଲ୍‌କୁ ନେଇ ମୌସୁମୀ ଅଧିବେଶନରେ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ