ପ୍ରେମ ବିବାହର ୩ ବର୍ଷ ପରେ ନିର୍ମମ କାଣ୍ଡ! ଖାଇବାକୁ ନେବା ବାହାନାରେ ପତ୍ନୀଙ୍କୁ ଆକ୍ରମଣ
ମଧ୍ୟପ୍ରଦେଶ: ଦେବାସ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଖାଇବାକୁ ନେବା ବାହାନାରେ ଘରୁ ବାହାରକୁ ନେଇ ଏକ ନିର୍ଜନ ସ୍ଥାନରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଅବରାର ନିଜ ୨୭ ବର୍ଷୀୟା ପତ୍ନୀ ରେହାନାଙ୍କୁ ଶଙ୍କରଗଡ଼ ପାହାଡ଼ ଅଞ୍ଚଳକୁ ନେଇ ଏହି କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ନିର୍ଜନ ସ୍ଥାନରେ ପହଞ୍ଚିବା ପରେ ଅବରାର ପ୍ରଥମେ ତାଙ୍କୁ ମାଡ଼ ମାରିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଓଠକୁ କାଟି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସେଠାରେ ଛାଡ଼ି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ରେହାନାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରେହାନା କହିଛନ୍ତି, ତିନି ବର୍ଷ ପୂର୍ବେ ସେ ଅବରାରଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହ ପରଠାରୁ ସ୍ୱାମୀ ବାରମ୍ବାର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ସନ୍ଧାନ ଆରମ୍ଭ କରିଛି।

