Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକ ପାଇଁ ସ୍ୱାମୀଙ୍କୁ ଚଳନ୍ତା ଟ୍ରେନରେ ହତ୍ୟା! ସମିତା ସହ ୩ ଗିରଫ

xr:d:DAFWqSh-HSo:522,j:44128671515,t:23032805

ବିହାର: ପ୍ରେମ ସମ୍ପର୍କ ପାଇଁ ସ୍ୱାମୀଙ୍କୁ ହତ୍ୟା! ବିହାରର କଟିହାରରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପୁଲିସ ଅନୁସାରେ, ସମିତା କୁମାରୀ ନିଜ ପ୍ରେମିକ ଅଜିତ କୁମାରଙ୍କ ସହ ମିଶି ସ୍ୱାମୀ ଦେବକୁମାର ଗୁଞ୍ଜନଙ୍କୁ ଚଳନ୍ତା ଟ୍ରେନରେ ହତ୍ୟା କରାଇଥିଲେ। ଏହି ମାମଲାରେ ସମିତା, ତାଙ୍କ ପ୍ରେମିକ ଓ ଜଣେ ସୁପାରି କିଲରଙ୍କୁ ଗିରଫ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଜୁନ୍ ୧୧ ତାରିଖରେ ଦେବକୁମାର ଜନସାଧାରଣ ଏକ୍ସପ୍ରେସ୍‌ରେ ସୁପୌଲ ଯାଉଥିବାବେଳେ ଖଗଡ଼ିଆ ଜିଲ୍ଲାର ବଦଲାଘାଟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପ୍ରଥମେ ଏହାକୁ ଲୁଟ୍‌ପାଟ୍‌ ଘଟଣା ବୋଲି କୁହାଯାଇଥିଲେ ମଧ୍ୟ, ତଦନ୍ତ ସମୟରେ ମୋବାଇଲ୍ କଲ୍‌ ରେକର୍ଡ ଓ ହ୍ୱାଟସଆପ୍‌ ଚାଟ୍‌ରୁ ସମିତା ଓ ଅଜିତଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଉଭୟଙ୍କ ମଧ୍ୟରେ ବାରମ୍ବାର ଯୋଗାଯୋଗ ହୋଇଥିବା ପୁଲିସ ଜାଣିବା ପରେ ମାମଲାର ମୋଡ଼ ବଦଳିଥିଲା।

ତଦନ୍ତରେ ଜଣାପଡ଼ିଛି ଯେ, ଦେବକୁମାରଙ୍କୁ ହତ୍ୟା କରିବା ପାଇଁ ୪ ଲକ୍ଷ ଟଙ୍କାରେ ଜଣେ ସୁପାରି କିଲରଙ୍କୁ ନିଯୁକ୍ତ କରାଯାଇଥିଲା। ଘଟଣାକୁ ଲୁଟ୍‌ପାଟ୍‌ର ରୂପ ଦେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ପୁଲିସ ତଦନ୍ତରେ ସମଗ୍ର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା। ବର୍ତ୍ତମାନ ପୁଲିସ ଅଭିଯୁକ୍ତମାନଙ୍କୁ ଜେରା କରି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ