Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୟୁରଭଞ୍ଜରେ ଚାଞ୍ଚଲ୍ୟ!୪ ବର୍ଷର ପୁଅକୁ ହତ୍ୟାକଲା ବାପା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ବାପାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ମଧ୍ୟ, ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

ସୂଚନା ଅନୁସାରେ, ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ୪ ବର୍ଷୀୟ ଦୁମ୍ବି ସିଂଙ୍କୁ ତାଙ୍କ ବାପା ସୋହନ ସିଂ ଘର ଭିତରେ କଟୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ପରେ ସେ ଫେରାର ହୋଇଯାଇଥିଲେ। ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିଛି।

ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, ଘରେ ଶିଶୁଟି ଏକାକୀ ଥିବାବେଳେ ସେ କାନ୍ଦୁଥିବାରୁ ଅଭିଯୁକ୍ତ ଉତ୍ତେଜିତ ହୋଇ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ, ଗୁଣିଗାରେଡ଼ି ସନ୍ଦେହରେ ମଧ୍ୟ ଏହି ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଉଦ୍ଘାଟନ ପାଇଁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ