Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ବିଭିନ୍ନ ଗ୍ରାମରେ ପବିତ୍ର ଘୋଷଯାତ୍ରା ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସମେତ ବ୍ଲକ ର ବିଭିନ୍ନ ଗ୍ରାମ ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରବଳ ବର୍ଷା ସତ୍ୱେ ବୀରମହାରାଜପୁର ରେ ରଥଯାତ୍ରା ରେ ଶତାଧିକ ଭକ୍ତ ସାମିଲ ଥିଲେ l ବର୍ଷା ଯୋଗୁଁ ବିଳମ୍ବ ରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ଆରମ୍ଭ ହୋଇଥିଲା l ପ୍ରଭୂ ଜଗନ୍ନାଥ ଙ୍କ ଲୀଳା ଯୋଗୁଁ ଠିକ ସମୟ ରେ ବର୍ଷା କମି ଯାଇ ଥିଲା ଏବଂ ଭକ୍ତ ଙ୍କ ଭିଡ ଜମି ଥିଲା l ଗୁରୁବାର ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ରୁ ଚତୁର୍ଦ୍ଧାମୂର୍ତ୍ତି ବାହାରି ପହଣ୍ଡି ହୋଇ ରଥରୁଢ ହୋଇ ଉଫୁଲା ସ୍ଥିତ ମାଉସୀ ମନ୍ଦିର ରେ ପହଁଚି ଥିଲେ I ଠିକ୍ ସେହିପରି କମଳପୁର, କେନ୍ଦୁପାଲି , ବୁରୋଘାଟ, ଖମେଶ୍ଵରିପାଲି , ବାଗବର , ସୁବଳୟା, ବଡଖମର, ଚନ୍ଦଲୀ, ଟିକିରାପଡା, ପିତାମହୁଳ, ଖଣ୍ଡହତା, ମୃଶୁଣ୍ଢୀ, ଅମରପାଲି, ବହଳ ପଦର ଆଦି ସହ ବିଭିନ୍ନ ଗ୍ରାମ ରେ ଶାନ୍ତି ଶୃଙ୍ଖଳାର ସହ ଘୋଷ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ