Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲାରେ ବଡ଼ ଆକ୍ସନ୍; ପୂର୍ବତନ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କଲା ଏସଆଇଟି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମର ଦାନ ପାଣ୍ଠି ଚୋରି ମାମଲାରେ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍‌ (ଏସଆଇଟି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବଦ୍ରି-କେଦାର ମନ୍ଦିର କମିଟିର ପୂର୍ବତନ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଏସଆଇଟି ଗିରଫ କରିଛି। ସୂଚନା ଅନୁସାରେ, ସେ ଗତ ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଅବସରର କିଛି ଦିନ ପରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।

ଏସଆଇଟି କହିଛି, ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଓ ତଥ୍ୟ ଆଧାରରେ ଏହି ଗିରଫଦାରୀ କରାଯାଇଛି। ବର୍ତ୍ତମାନ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଜେରା କରାଯାଉଛି। ତଦନ୍ତକାରୀ ଅଧିକାରୀମାନଙ୍କ ମତରେ, ପଚରାଉଚରା ପରେ ଏହି ମାମଲାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିପାରେ। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି।

ସୋସିଆଲ୍ ମିଡିଆରେ ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ଗଣତି ବେଳେ ଚୋରି ହେଉଥିବା ଅଭିଯୋଗ ସମ୍ବଳିତ କିଛି ଭିଡିଓ ଭାଇରାଲ୍ ହେବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଥିଲା। ପରେ ‘ଭୈରବ ସେନା’ ନାମକ ଏକ ସଂଗଠନ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା । ଏହାପରେ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିବା ବେଳେ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ