Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀହରିକୋଟାରୁ ଇତିହାସ ରଚିବ ‘ବିକ୍ରମ-୧’! ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟ୍ ଉତକ୍ଷେପଣ ପାଇଁ ପ୍ରସ୍ତୁତ

ଶ୍ରୀହରିକୋଟା: ଭାରତର ମହାକାଶ କ୍ଷେତ୍ରରେ ଆଉ ଏକ ଇତିହାସ ସୃଷ୍ଟି ହେବାକୁ ଯାଉଛି। ହାଇଦ୍ରାବାଦର ଘରୋଇ କମ୍ପାନୀ ସ୍କାଇରୁଟ୍ ଏରୋସ୍ପେସ୍ ପ୍ରସ୍ତୁତ କରିଥିବା ‘ବିକ୍ରମ-୧’ ରକେଟ୍ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ପାଇଁ ପ୍ରସ୍ତୁତ ରହିଛି। ଏହି ମିଶନ ସଫଳ ହେଲେ ଏହା ଭାରତର ପ୍ରଥମ ବେସରକାରୀ କମ୍ପାନୀ ନିର୍ମିତ ଅର୍ବିଟାଲ୍ ରକେଟ୍ ଭାବେ ରେକର୍ଡ ସୃଷ୍ଟି କରିବ।

୨୩ ମିଟର ଉଚ୍ଚତା ବିଶିଷ୍ଟ ‘ବିକ୍ରମ-୧’ ରକେଟ୍ ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ୍ ବହନ କରିପାରିବ। ଏହି ମିଶନରେ ଦୁଇଟି ପରୀକ୍ଷାମୂଳକ ଉପଗ୍ରହ ସହ ଅନେକ ବୈଜ୍ଞାନିକ ପେଲୋଡ୍ ପଠାଯିବ। ମହାକାଶରେ ଥିବା ଆବର୍ଜନା ହଟାଇବା ପ୍ରଯୁକ୍ତିର ପରୀକ୍ଷା ମଧ୍ୟ କରାଯିବ। ଏହାଛଡ଼ା ଡ଼. ବିକ୍ରମ ସାରାଭାଇ, ଡ଼. ଏ.ପି.ଜେ. ଅବଦୁଲ କଲାମ ଏବଂ ଡ଼. ସି.ଭି. ରମଣଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ମଧ୍ୟ ଏହି ମିଶନରେ ମହାକାଶକୁ ପଠାଯିବ।

ସ୍କାଇରୁଟ୍ ଏରୋସ୍ପେସ୍‌ର ସିଇଓ ପବନ ଚନ୍ଦନା କହିଛନ୍ତି, ରକେଟ୍ ଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ଉତକ୍ଷେପଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଏହା କେବଳ ସ୍କାଇରୁଟ୍ ପାଇଁ ନୁହେଁ, ବରଂ ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାକାଶ କ୍ଷେତ୍ରକୁ ବେସରକାରୀ ଉଦ୍ୟୋଗ ପାଇଁ ଉନ୍ମୁକ୍ତ କରିବାର ନୀତିକୁ ସେ ପ୍ରଶଂସା କରିବା ସହ ଏହି ମିଶନରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ବଳିତ ଏକ ବିଶେଷ କାର୍ଡ ମଧ୍ୟ ମହାକାଶକୁ ପଠାଯାଉଥିବା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ