ବୀରମହାରାଜପୁର ଏନ୍.ଏ. ସି. ଅଧ୍ୟକ୍ଷ ଅନୁସୂଚିତ ମହିଳା ଙ୍କ ପାଇଁ ସଂରକ୍ଷିତ
ବୀରମହାରାଜପୁର : ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି । ପ୍ରକାଶିତ ତାଲିକା ଅନୁଯାୟୀ ବୀରମହାରାଜପୁର ଏନଏସି ଅଧ୍ୟକ୍ଷ ପଦ ଏସି (ଅନୁସୂଚିତ ଜାତି) ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଏହି ସଂରକ୍ଷଣ ତାଲିକା ଉପରେ କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ, ଆସନ୍ତା ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି।

