Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ ରେ କୃତକାର୍ଯ୍ୟ ହୋଇଥିବା ମୁକ୍ତେଶ୍ଵର ନନ୍ଦ ଙ୍କୁ ଶୁଭେଚ୍ଛା ର ସୁଅ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ଛାତ୍ର ନିଟ ରେ କୃତକାର୍ଯ୍ୟ ହୋଇଥିବା ବେଳେ ଵିଭିନ୍ନ ଶୁଭେଚ୍ଛା ର ସୁଅ ଛୁଟୁଛି l ପ୍ରକାଶ ଥାଉ କି ବୀରମହାରାଜପୁର ବ୍ଲକ ଉଫୁଲା ସୌରନଗର ବାସିନ୍ଦା କୃଷକ ମହେଶ୍ୱର ନନ୍ଦ ଗୃହଣୀ ରିତାରାଣୀ ନନ୍ଦ ଙ୍କ ବଡ଼ ପୁଅ ମୁକ୍ତେଶ୍ଵର ନନ୍ଦ ଚଳିତ ବର୍ଷ ନିଟ ଡାକ୍ତରୀ ପ୍ରବେଷିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଛନ୍ତି l ମୁକ୍ତେଶ୍ଵର ନୀଟ ପ୍ରବେଷିକା ପରୀକ୍ଷାରେ ସର୍ବ ଭାରତୀୟ ସ୍ତର ରେ 2092 ରେଙ୍କ ରେ ଉତୀର୍ଣ୍ଣ ହୋଇଥିବା ବେଳେ ସେ ମୋଟ ଦେଇଥିବା 720 ମାର୍କ ରୁ 642 ମାର୍କ ରଖିଛନ୍ତି l ସେଥିରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ରେ 99 ପ୍ରତିଶତ ମାର୍କ ରଖିଥିବା ଜୀବ ବିଜ୍ଞାନ ରେ 96 ପ୍ରତିଶତ ନମ୍ବର ରଖି ସେ ସାଧାରଣ ବର୍ଗ ରେ 2097 ରେଙ୍ଗ ସର୍ବ ଭାରତୀୟ ସ୍ତର ରେ ସାଧାରଣ ବର୍ଗ 178 ରେଙ୍ଗ ରଖିଛନ୍ତି l ମୁକ୍ତେଶ୍ଵର ଙ୍କ ସଫାଳତା ଖବର ପାଈ ତାଙ୍କ ପ୍ରିୟଜନ ପରିବାର ଲୋକେ ଓ ସାହି ପଡିଶା ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟିଛି l ଏନେଇ ଆମେ ମୁକ୍ତେଶ୍ଵର ଙ୍କ ସହ ଯୋଗାଯୋଗ କରିଥିବା ବେଳେ ମୋର କଠିନ ପରିଶ୍ରମ ଏବଂ ମୋ ବାପା ମା ଜଣେ ଗରିବ ପରିବାର ହୋଇ ମୋତେ ପାଠ ପଢେଇ ଏହି ସ୍ଥାନ କୁ ଆଣିଥିବାରୁ ସମସ୍ତ ଶ୍ରେୟ ତାଙ୍କୁ ଦେଇଥିଲେ l ମୁକ୍ତେଶ୍ଵର ଜିଲ୍ଲା ରେ ମ୍ୟାଟ୍ରିକ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖିଥିବା ବେଳେ +2 ରେ ଜିଲ୍ଲା ରେ 2ୟ ସ୍ଥାନ ରଖିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ