Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମିର ଖାନଙ୍କୁ ଧମକ! ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସୋସିଆଲ ମିଡିଆ ପୋଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଥିବା କୁହାଯାଉଛି। ତେବେ ଏହି ପୋଷ୍ଟର ସତ୍ୟତାକୁ ପୋଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ମୁମ୍ବାଇ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପୋଷ୍ଟରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅର୍ଜୁ ବିଷ୍ଣୋଇ ଓ ଟାଇସନ ବିଷ୍ଣୋଇଙ୍କ ନାଁ ଉଲ୍ଲେଖ ରହିଛି। ପୋଷ୍ଟରେ ଆମିର ଖାନଙ୍କ ଉପରେ ‘ଲଭ୍ ଜିହାଦ’କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରାଯାଇଛି ଏବଂ ତାଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଛି। ଏହାସହ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜଣେ ନାବାଳିକାଙ୍କ ସହ ଘଟିଥିବା ଅପରାଧ ଘଟଣାର ମଧ୍ୟ ଉଲ୍ଲେଖ କରାଯାଇଛି।

ସୂଚନା ଅନୁସାରେ, ଫେସବୁକ ପୋଷ୍ଟ ଓ ଏକ ଭଏସ୍ ନୋଟ୍ ମାଧ୍ୟମରେ ପୋଲିସ ଏହି ଧମକ ସମ୍ପର୍କରେ ସୂଚନା ପାଇଛି। ତେବେ ଆମିର ଖାନ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନାହିଁ। ଅଭିଯୋଗ ମିଳିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories