Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ୱ କ୍ଷତିକୁ ନେଇ ମଧ୍ୟପ୍ରଦେଶ ସରକାରଙ୍କ କଡ଼ା ପଦକ୍ଷେପ; ସରକାରୀ ଖର୍ଚ୍ଚରେ କଟକଣା, ବିଦେଶ ଗସ୍ତ ଓ ନୂଆ ଗାଡ଼ି କିଣା ଉପରେ ରୋକ

ଭୋପାଳ: ରାଜସ୍ୱ ଆଦାୟରେ ପ୍ରାୟ ୧୦ ହଜାର କୋଟି ଟଙ୍କାର କ୍ଷତି ଆଶଙ୍କା ପରେ ମଧ୍ୟପ୍ରଦେଶ ସରକାର ଖର୍ଚ୍ଚ କମାଇବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି। ୨୦୨୬-୨୭ ଓ ୨୦୨୭-୨୮ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି।

ନୂଆ ନିୟମ ଅନୁସାରେ, ସରକାରୀ ଖର୍ଚ୍ଚରେ ବିଦେଶ ଗସ୍ତ କେବଳ ବିଶେଷ ଅନୁମତିରେ ହେବ। ସରକାରୀ ବିମାନ ଯାତ୍ରାରେ ଅଧିକାରୀମାନେ କେବଳ ଇକୋନୋମି କ୍ଲାସ୍‌ରେ ଯାତ୍ରା କରିବେ। ହୋଟେଲରେ କର୍ମଶାଳା କିମ୍ବା ସରକାରୀ କାର୍ଯ୍ୟକ୍ରମ ଆୟୋଜନକୁ ମଧ୍ୟ ସୀମିତ କରାଯାଇଛି। ଏପରି କାର୍ଯ୍ୟକ୍ରମ ସରକାରୀ ଭବନରେ କିମ୍ବା ଅନଲାଇନ୍‌ ମାଧ୍ୟମରେ କରିବାକୁ କୁହାଯାଇଛି।

ଏହାସହ ନୂଆ ଗାଡ଼ି କିଣା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର । କେବଳ ପୋଲିସ, ରାଜସ୍ୱ ଓ ବନ ବିଭାଗକୁ ନୂଆ ଗାଡ଼ି କିଣିବାର ଅନୁମତି ମିଳିବ। ଅନ୍ୟ ବିଭାଗଗୁଡ଼ିକୁ ଗାଡ଼ି ସେୟାର କରିବା ଓ ବିଦ୍ୟୁତ୍‌ଚାଳିତ ଯାନ ବ୍ୟବହାର କରିବାକୁ କୁହାଯାଇଛି। ସରକାରୀ କ୍ୟାଲେଣ୍ଡର, ଡାଏରୀ, ଉପହାର ଓ ଅନାବଶ୍ୟକ ସଜାସଜ୍ଜା ଖର୍ଚ୍ଚ ମଧ୍ୟ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories