Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାନାଡା ଜଙ୍ଗଲ ନିଆଁକୁ ନେଇ ଟ୍ରମ୍ପଙ୍କ କଡ଼ା ପ୍ରତିକ୍ରିୟା; କହିଲେ- ଟାରିଫ୍‌ରେ ଆଦାୟ କରିବୁ ପ୍ରଦୂଷଣ କ୍ଷତିର ମୂଲ୍ୟ

ୱାଶିଂଟନ: କାନାଡାରେ ଲାଗିଥିବା ଜଙ୍ଗଲ ନିଆଁର ଧୂଆଁକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କାନାଡା ଜଙ୍ଗଲ ପରିଚାଳନାରେ ବିଫଳ ହୋଇଥିବାରୁ ବିଷାକ୍ତ ଧୂଆଁ ଆମେରିକାରେ ପହଞ୍ଚୁଛି। ଏହାର କ୍ଷତିପୂରଣ ଟାରିଫ୍‌ ମାଧ୍ୟମରେ ଆଦାୟ କରାଯାଇପାରେ ବୋଲି ସେ କଡା ଚେତାବନୀ ଦେଇଛନ୍ତି।

ଏନେଇ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରିଛନ୍ତି | ଯେଉଁଥିରେ ସେ କହିଛନ୍ତି, କାନାଡା ଜଙ୍ଗଲର ଶୁଷ୍କ ଗଛ ଓ ବୁଦା ସଫା କରୁନାହିଁ। ଏଥି ଯୋଗୁ ପ୍ରତିବର୍ଷ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗୁଛି ଏବଂ ଯାହାର ପ୍ରଦୂଷିତ ଧୂଆଁ ଆମେରିକାର ବାୟୁକୁ ନଷ୍ଟ କରୁଛି। ସେ କହିଛନ୍ତି, ଏହି ପ୍ରସଙ୍ଗରେ ସେ ଖୁବଶୀଘ୍ର କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଆଲୋଚନା କରିବେ।

ସୂଚନାଯୋଗ୍ୟ, କାନାଡା ଓ ଉତ୍ତର ମିନେସୋଟାର ଜଙ୍ଗଲ ନିଆଁର ଧୂଆଁ ଆମେରିକାର ଅନେକ ରାଜ୍ୟକୁ ପ୍ରଭାବିତ କରିଛି। ଡେଟ୍ରଏଟ, ଚିକାଗୋ ଓ ୱାଶିଂଟନ ଭଳି ସହରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଥିବା ବେଳେ ବାୟୁ ଗୁଣବତ୍ତା ସତର୍କତା ମଧ୍ୟ ଜାରି କରାଯାଇଛି। ଏବେ କାନାଡାରେ ୨୦୦ରୁ ଅଧିକ ସ୍ଥାନରେ ଜଙ୍ଗଲ ନିଆଁ ଜଳୁଥିବା ବେଳେ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଧୂଆଁରୁ ବୃଦ୍ଧ, ଶିଶୁ ଓ ଶ୍ୱାସକ୍ରିୟା ରୋଗୀଙ୍କ ପାଇଁ ବିପଦ ବଢ଼ିଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories