Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀଙ୍କୁ ମାରିବାକୁ ବିଛଣାରେ ଛାଡ଼ିଦେଲେ ବିଷାକ୍ତ ସାପ! ପ୍ରେମିକ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମେରଠରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ପ୍ରେମିକଙ୍କ ସହ ମିଶି ବିଷାକ୍ତ ସାପ ଶୋଇବା ରୁମରେ ଛାଡିଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜୁଲାଇ ୧୭ରେ ଅତୁଲ ପାୱାରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ପ୍ରଥମେ ତାଙ୍କ ସ୍ତ୍ରୀ ଦାମିନୀ ସାପ କାମୁଡ଼ିବାରୁ ମୃତ୍ୟୁ ହୋଇଥିବା କହିଥିଲେ। କିନ୍ତୁ ପୋଲିସ ତଦନ୍ତ ସମୟରେ ଦାମିନୀ ଏବଂ ତାଙ୍କ ପ୍ରେମିକ ତୁଷାରଙ୍କ ଫୋନରୁ ସାପର ଫଟୋ ମିଳିବା ପରେ ସନ୍ଦେହ ବଢ଼ିଥିଲା। ପୋଲିସର ପଚରାଉଚରାରେ ଉଭୟେ ସାପୁଆଙ୍କଠାରୁ ବିଷାକ୍ତ ସାପ କିଣି ଅତୁଲଙ୍କୁ ହତ୍ୟା କରିବାର ଯୋଜନା ରଚିଥିବା ସ୍ୱୀକାର କରିଥିଲେ।

ପୋଲିସର ସୂଚନା ଅନୁସାରେ, ଘଟଣା ପୂର୍ବରୁ ଅତୁଲଙ୍କୁ କ୍ଷୀରରେ ନିଦ ବଟିକା ମିଶାଇ ପିଆଯାଇଥିଲା। ସେ ଶୋଇଯିବା ପରେ ତାଙ୍କ ବିଛଣାରେ ବିଷାକ୍ତ ସାପ ଛାଡ଼ି ଦିଆଯାଇଥିଲା, ଯାହା ତାଙ୍କୁ କାମୁଡ଼ିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅତୁଲଙ୍କ ନାମରେ ୨୦ ଲକ୍ଷ ଟଙ୍କାର ବୀମା ଥିଲା। ବୀମା ଟଙ୍କା ପାଇବା ପରେ ବିବାହ କରିବାକୁ ଦାମିନୀ ଓ ତୁଷାର ଯୋଜନା କରିଥିଲେ। ସାପୁଆଙ୍କୁ ଏଥିପାଇଁ ଦାମିନୀ ୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ରାଜି ହୋଇଥିବା ପୋଲିସ କହିଛି। ବର୍ତ୍ତମାନ ଏହି ମାମଲାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories