ଗଣିତ ଶିକ୍ଷକ ସଦାନନ୍ଦ ପଣ୍ଡା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବୀରମହାରାଜପୁର : ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ର ବରିଷ୍ଠ ଗଣିତ ଶିକ୍ଷକ ସଦାନନ୍ଦ ପଣ୍ଡା ଙ୍କୁ ପଦୋନ୍ନତି ଜନିତ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଶନିବାର ଏ ଅବସରରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବିଦାୟକାଳୀନ ସଭା ରେ ଛାତ୍ର ବିଶ୍ୱରଞ୍ଜନ ରଣା , ଶିକ୍ଷକ ପ୍ରଦ୍ୟୁମ୍ନ ହୋତା , ବରିଷ୍ଠ ଶିକ୍ଷକ ବୈକୁଣ୍ଠ ନାୟକ ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡା ଙ୍କ କର୍ତ୍ତବ୍ୟନିଷ୍ଠା ଓ ସମୟନୁବର୍ତ୍ତିତା ଆଦି ଗୁଣ ର ପ୍ରଶଂସା କରିବା ସହ ତାଙ୍କର ଗଣିତ ଶିକ୍ଷା ଉଚ୍ଚକୋଟୀର ବୋଲି ମତବ୍ୟକ୍ତ କରିଥିଲେ l ବିଦାୟୀ ଅଭିଭାଷଣ ରେ ଶ୍ରୀ ପଣ୍ଡା ତାଙ୍କର 20 ବର୍ଷ ର ଚାକିରିକାଳ ର ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତିରେ ସହଭାଗୀ ହେବା ର ପ୍ରତିଶୃତି ଦେଇଥିଲେ l ଶିକ୍ଷକ ମାନସ ରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରକାଶ ଥାଉକି ଶ୍ରୀ ପଣ୍ଡା ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ଭାବେ ବଡକିରାସିରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅବସ୍ଥାପିତ ହୋଇଛନ୍ତି ।

