Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅହମଦାବାଦରେ ଭୟଙ୍କର ଅଗ୍ନିକାଣ୍ଡ! ବାଣ କାରଖାନାରେ ନିଆଁ ଲାଗି ୮ ମୃତ, ୧୫ରୁ ଅଧିକ ଆହତ

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଶନିବାର ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସହରର ବସ୍ତ୍ରା ଅଞ୍ଚଳ ଅନ୍ତର୍ଗତ ରାମୋଲ-ଗାତ୍ରାଦ ରୋଡ୍‌ର ମହମୁଦପୁରା ସ୍ଥିତ ‘ଟାଲେଣ୍ଟ ଫାୟାରୱର୍କ୍ସ’ କାରଖାନାରେ ଏହି ଅଘଟଣ ଘଟିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ , କାରଖାନାରେ ନିଆଁ ଲାଗିବା ପରେ ସେଠାରେ ଥିବା ବିସ୍ଫୋରକ ସାମଗ୍ରୀରେ ନିଆଁ ଲାଗି ସମଗ୍ର କାରଖାନାର ଚାରିଆଡେ ବ୍ୟାପି ଯାଇଥିଲା | ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକାଧିକ ଟିମ୍‌ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାସହ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା |

ଘଟଣାର ଖବର ପାଇ ଅହମଦାବାଦର ମେୟର ଏବଂ ମ୍ୟୁନିସିପାଲ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ