Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦ ମାର୍ଚ୍ଚ ପୂର୍ବରୁ ଜନ୍ତରମନ୍ତରରେ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ! ପୋଲିସର ଲାଠିଚାର୍ଜ, ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ସଂସଦ ମାର୍ଚ୍ଚକୁ କେନ୍ଦ୍ର କରି ସୋମବାର ଦିଲ୍ଲୀର ଜନ୍ତରମନ୍ତର ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନେ ସଂସଦ ଅଭିମୁଖେ ମାର୍ଚ୍ଚ କରିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଯାହାଫଳରେ ଉଭୟ ପୁଲିସ-ବିକ୍ଷୋଭକାରୀ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା।

ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଜନ୍ତରମନ୍ତର ଓ ସଂସଦ ମଧ୍ୟବର୍ତ୍ତୀ ଅଞ୍ଚଳରେ ବ୍ୟାରିକେଡ୍ ଲଗାଯାଇଥିଲା ଏବଂ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଥିଲା। ତେବେ କିଛି ବିକ୍ଷୋଭକାରୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିବାରୁ ପୁଲିସ ପ୍ରଥମେ ସେମାନଙ୍କୁ ବୁଝାସୁଝା କରିଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଭିଡ଼କୁ ଛତ୍ରଭଙ୍ଗ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି।

ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅତିରିକ୍ତ ପୁଲିସ ବଳ ସହ ଦଙ୍ଗା ନିୟନ୍ତ୍ରଣ ୟୁନିଟ୍ ମଧ୍ୟ ମୁତୟନ କରାଯାଇଛି। ପୁଲିସ କହିଛି ଯେ, ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ, ବିକ୍ଷୋଭକାରୀମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories