Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ସହ ଆଲୋଚନା ପାଇଁ ପ୍ରସ୍ତୁତ ସରକାର! ସଂସଦ ମାର୍ଚ୍ଚ ପୂର୍ବରୁ ବଢ଼ିଲା ତତ୍ପରତା

ନୂଆଦିଲ୍ଲୀ: ସଂସଦ ଅଭିମୁଖେ ବିଭିନ୍ନ ଦାବିକୁ ନେଇ କକରୋଚ୍ ଜନତା ପାର୍ଟି (CJP)ର କର୍ମୀମାନେ ପଦଯାତ୍ରା ଆରମ୍ଭ କରିଥିବା ବେଳେ ପୁଲିସ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି | ଏହାପରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । କିନ୍ତୁ ଏହାପରେ ଏକ ବଡ ସୂଚନା ଅସିଛିଯେ, ସରକାର CJP ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି |

CJPର ପ୍ରବକ୍ତା ସୌରଭ ଦାସ କହିଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପାଇଁ ସଂଗଠନ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ସରକାର ବିଳମ୍ବରେ ପଛେ ହେଉ ଆଲୋଚନା ପାଇଁ ପଦକ୍ଷେପ ନେଇଛନ୍ତି | CJP ମଧ୍ୟ ନିଜ ପକ୍ଷରୁ ସକାରାତ୍ମକ ମନୋଭାବ ଦେଖାଇଛି। ତେବେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଉତ୍ତର ମିଳିନଥିବା ସେ କହିଛନ୍ତି।

ସିଜେପି (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କା କହିଛନ୍ତି ଯେ, ସରକାର ସିଜେପି ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି। କିନ୍ତୁ ସ୍ପଷ୍ଟ ସୂଚନା ସରକାରଙ୍କ ପକ୍ଷରୁ ନ ମିଳିବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଏହି ସଂସଦ ମାର୍ଚ୍ଚ ଆନ୍ଦୋଳନ ଜାରି ରହିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories