ଅନଶନ ଭାଙ୍ଗିଲେ CJP ପ୍ରତିଷ୍ଠାତା ଅଭିଜିତ ଦିପକେ; ସଂସଦ ମାର୍ଚ୍ଚରେ ସାମିଲ ହେଲେ
ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦିପକେ ସୋମବାର ସକାଳେ ନିଜର ଅନଶନ ଶେଷ କରି ସଂସଦ ମାର୍ଚ୍ଚରେ ସାମିଲ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୋନମ ୱାଙ୍ଗଚୁକଙ୍କ ଅନୁରୋଧ କ୍ରମେ ସେ ଜୁସ୍ ପିଇ ଅନଶନ ଭାଙ୍ଗିଥିଲେ। ୱାଙ୍ଗଚୁକ କହିଥିଲେଯେ, ଆନ୍ଦୋଳନକୁ ଆଗକୁ ନେବା ପାଇଁ ଦିପକେଙ୍କୁ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି, ତେଣୁ ସେ ଅନଶନ ଶେଷ କରନ୍ତୁ।
ଅନଶନ ଭାଙ୍ଗିବା ପରେ ଅଭିଜିତ ଦିପକେ, ଗୀତାଞ୍ଜଳି ଆଙ୍ଗମୋ ଏବଂ ନିଟ୍ (NEET) ପରୀକ୍ଷାର୍ଥୀ ରିୟା କୁମାରୀଙ୍କ ପିତା ସଂସଦ ଅଭିମୁଖେ ବାହାରିଥିବା ପ୍ରତିବାଦ ମାର୍ଚ୍ଚରେ ଯୋଗ ଦେଇଥିଲେ। ଏକ ଛୋଟ ଟ୍ରକ୍ରେ ଯାଉଥିବା ବେଳେ ଦିପକେ ଲାଉଡ୍ସ୍ପିକର ମାଧ୍ୟମରେ “ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ” ବୋଲି ସ୍ଲୋଗାନ ଦେଇଥିଲେ। କେରଳ ହାଉସ୍ ନିକଟରେ ପୁଲିସ ମାର୍ଚ୍ଚକୁ ଅଟକାଇବା ପରେ ସେ ପୁଲିସ ଉପରେ ଭିଡ଼ ଭିତରେ ଅସ୍ଥିର ପରିସ୍ଥିତି ସୃଷ୍ଟି କରିବାର ଅଭିଯୋଗ ଆଣିଥିଲେ।
ଏପଟେ CJPର ପ୍ରମୁଖ ନେତା ସୌରଭ ଦାସ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ସରକାର ଆଲୋଚନା ପାଇଁ ଯୋଗାଯୋଗ କରିଛନ୍ତି | କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କିମ୍ବା ସୂଚନା କରାଯାଇନାହିଁ | ଆଲୋଚନା ନ ହେବାପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି |

