Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନା କୁକି ଭରସା କରୁଛନ୍ତି ନା ମେତେଇ, ଦୂରେଇବାରେ ଲାଗିଛନ୍ତି ବିଧାୟକ, ଧର୍ମସଙ୍କଟରେ ମଣିପୁରର ବିଜେପି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ୪ ଦିନିଆ ମଣିପୁର ଗସ୍ତ ସମାପ୍ତ ହୋଇଛି। ଏହି ସମୟରେ ସେ ଶାନ୍ତି ଅପିଲ୍ କରିବା ସହ ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଆଶ୍ଵାସନା ଦେଇଛନ୍ତି। ହେଲେ ଏହି ହିଂସା ଘଟଣା ନେଇ ମଣିପୁରରେ ବିଜେପି ସରକାର ଚିନ୍ତା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପ୍ରତି ଦଳର ବିଧାୟକଙ୍କ ଅସନ୍ତୋଷ ବଢିବାରେ ଲାଗିଛି। କିଛି ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ବିରେନ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି ଦାବି କରୁଛନ୍ତି। ଏହାକୁ ନେଇ ବିଜେପି ଧର୍ମସଙ୍କଟରେ ପଡ଼ି ଯାଇଛି। ହିଂସା ରୋକିବାରେ ବିରେନ ସିଂ ବିଫଳ ହୋଇଥିବା ଅଭିଯୋଗ ଉଠୁଛି। ନା କୁକି ସମୁଦାୟ ନା ମେତେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ପାରୁ ନାହାନ୍ତି।

କୁକି ସମୁଦାୟ ଭାବୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପକ୍ଷପାତ କରୁଛନ୍ତି ଏବଂ ଗୋଟିଏ ସମୁଦାୟକୁ ସମର୍ଥନ କରୁଛନ୍ତି। ଅନ୍ୟପଟେ ମେତେଇ ସମୁଦାୟ ମଧ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସମର୍ଥନ କରୁ ନାହାନ୍ତି। ରାଜ୍ୟର ୨ ମନ୍ତ୍ରୀ, ୫ ବିଜେପି ବିଧାୟକ ସମେତ ମୋଟ୍ ୧୦ କୁକି ବିଧାୟକ ଶାହାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ମଣିପୁରରେ ଅଲଗା ପ୍ରଶାସନ ଦାବି କରାଯାଇଛି। କୁହାଯାଉଛି ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ନେତୃତ୍ଵ ଉପରେ ଭରସା ପ୍ରକଟ କରି ପାରୁ ନାହାନ୍ତି। ଏହା ଉପରେ ଏଥିକ୍ସ ଆଣ୍ଡ ପ୍ରିଭିଲିଜେଜ୍ କମିଟି ରାଜ୍ୟ ପ୍ରଦେଶ ସଭାପତି ନିଶିକାନ୍ତ ସିଂ ସାପମ ୧୦ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଏହା ପୂର୍ବରୁ ୪ ବିଧାୟକ ସକରାରଙ୍କ ଅଲଗା ଅଲଗା ବିଭାଗର ପଦ ପରିତ୍ୟାଗ କରି ସାରିଛନ୍ତି। ବିଧାୟକମାନେ ହିଂସା ସହିତ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତି ନିଜର ଅସନ୍ତୋଷ ଜାହିର କରିଛନ୍ତି। ବିରେନ ସିଂଙ୍କ ସରକାର ହିଂସା ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ସେମାନେ କହିଛନ୍ତି। ଦଳ ଭିତରେ କନ୍ଦଳକୁ ନେଇ କେନ୍ଦ୍ରୀୟ ବିଜେପିର ଚିନ୍ତା ବଢି ଯାଇଛି।

ପରିସ୍ଥିତି ବିଗୁଡୁଥିବା ଦେଖି କେନ୍ଦ୍ର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରି ଦେଇଛି। ଅମିତ୍ ଶାହାଙ୍କ ବିଶ୍ଵାସଯୋଗ୍ୟ କୁହାଯାଉଥିବା ସିଆରପିଏଫର ପୂର୍ବତନ ଡିଜି କୁଲଦୀପ ସିଂ ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ରାଜ୍ୟରେ ପହଞ୍ଚିଛନ୍ତି। ଏଥିସହ ରାଜୀବ ସିଂଙ୍କୁ ମଣିପୁରର ଡିଜି ଭାବେ ନିଯୁକ୍ତ କରାଯାଇଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ