Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡେସାରେ ମାଲବାହୀ ଜାହାଜ ଉପରେ ମିସାଇଲ-ଡ୍ରୋନ୍ ଆକ୍ରମଣ; ୪ ଭାରତୀୟ ନାବିକଙ୍କ ମୃତ୍ୟୁ, ଜଣେ ଆହତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ସମୁଦ୍ରରେ ଘଟିଛି ଆଉ ଏକ ବଡ଼ ଦୁର୍ଘଟଣା। ୟୁକ୍ରେନର ଓଡେସା ବନ୍ଦର ନିକଟରେ ମାଲବାହୀ ଜାହାଜ MV Golden Leo ଉପରେ ହୋଇଥିବା ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଭାରତ ସରକାର ଗଭୀର ଶୋକ ପ୍ରକାଶ କରିବା ସହ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ମୃତ୍ୟୁ ଓ ଆହତ ହେବା ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ୟୁକ୍ରେନର ସୂଚନା ଅନୁସାରେ, ରୁଷ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ସହ ଡ୍ରୋନ୍ ଆକ୍ରମଣ କରାଯାଇଥିଲା, ଯାହାର ପ୍ରଭାବରେ ଓଡେସା ବନ୍ଦରରୁ ଯାତ୍ରା କରୁଥିବା ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲା। ଆକ୍ରମଣରେ ଜାହାଜରେ ଥିବା ଭାରତୀୟ ନାବିକମାନେ ପ୍ରାଣ ହରାଇଥିବାବେଳେ ଜଣେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଭାରତ ସରକାର ପ୍ରଭାବିତ ପରିବାରମାନଙ୍କ ସହ ଯୋଗାଯୋଗରେ ରହିଥିବା ସହ ଆବଶ୍ୟକ କୂଟନୈତିକ ସହାୟତା ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ଯୁଦ୍ଧ ପରିସ୍ଥିତି ମଧ୍ୟରେ ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ନେଇ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚିନ୍ତା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ