Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିକ୍ଷୋଭକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା; ଦିଲ୍ଲୀ ପୁଲିସର ଭୂମିକାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀରେ ସଂସଦ ମାର୍ଚ୍ଚକୁ କେନ୍ଦ୍ର କରି ଘଟିଥିବା ବିକ୍ଷୋଭ ପ୍ରସଙ୍ଗରେ ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂସଦ ପରିସର ବାହାରେ ବିପୁଳ ସଂଖ୍ୟାରେ ପ୍ରଦର୍ଶନକାରୀ ଏକତ୍ରିତ ହେବା ପରେ ସଂସଦ ଭିତରେ ଥିବା ସାଂସଦମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଏକ ସମୟରେ ପ୍ରଦର୍ଶନକାରୀମାନେ ଆକ୍ରମଣ କରିବାର ଆଶଙ୍କା ଦେଖାଦେଇଥିଲା ବୋଲି ସେ କହିଛନ୍ତି ।

କଙ୍ଗନା ରଣାୱତ ଦିଲ୍ଲୀ ପୁଲିସର କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ପୁଲିସ ଅତ୍ୟନ୍ତ ଦକ୍ଷତାର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସାଂସଦମାନଙ୍କ ସୁରକ୍ଷା ପାଇଁ ପୁଲିସ ଢାଲ ଭଳି କାମ କରିଥିଲା ଏବଂ କୌଣସି ଅପ୍ରୀତିକର ଘଟଣା ଘଟିବାକୁ ଦେଇନଥିଲା ବୋଲି ସେ କହିଛନ୍ତି।

ଏହାସହ କଙ୍ଗନା କହିଛନ୍ତି, ଗଣତନ୍ତ୍ରରେ ଜନସାଧାରଣଙ୍କ ଦାବି ଉପସ୍ଥାପନ ପାଇଁ ସଂସଦ ହିଁ ସର୍ବୋଚ୍ଚ ଏବଂ ଉପଯୁକ୍ତ ମଞ୍ଚ। ଆନ୍ଦୋଳନ ମାଧ୍ୟମରେ ସରକାର ଉପରେ ଚାପ ସୃଷ୍ଟି କରି କାହାକୁ ପଦରୁ ହଟାଇବା କିମ୍ବା ପଦରେ ରଖିବାକୁ ବାଧ୍ୟ କରିବା ଗଣତାନ୍ତ୍ରିକ ପରମ୍ପରା ସହ ସଙ୍ଗତିପୂର୍ଣ୍ଣ ନୁହେଁ। ନିଟ୍ ପ୍ରଶ୍ନପତ୍ର ଲିକ୍‌ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ମଧ୍ୟରେ କଙ୍ଗନାଙ୍କ ଏହି ବୟାନକୁ ନେଇ ଏବେ ବିବାଦ ବଢିଛି | କଙ୍ଗନାଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ଫ୍ୟାନ୍ସ ମାନେ ଅସନ୍ଟୁଷ୍ଟ ପ୍ରକଶ କରିଛନ୍ତି | ସୋସିଆଲ ମିଡିଆରେ କେହି ନିଟ ପେପର ଲିକ ସମୟରେ କେଉଁଠି ଥିଲେ ବୋଲି ପଚାରିଥିବା ବେଳେ ଅନ୍ୟ କେହି ମଣିପୁର ବିଷୟରେ କଙ୍ଗନା କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ