Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ୍‌ଷ୍ଟାଣ୍ଡରୁ ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ; ୩ ଅଭିଯୁକ୍ତ ଗିରଫ

କର୍ଣ୍ଣାଟକ: କର୍ଣ୍ଣାଟକର ମହୀଶୁର ଜିଲ୍ଲାରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛି। ଏହି ଘଟଣା ଟି. ନରସିପୁରା ଟାଉନ ଥାନା ଅଞ୍ଚଳରେ ଘଟିଥିବା ବେଳେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ନାମ କିରଣ, କିଶୋର ଓ ରିୟାନ ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଟି. ନରସିପୁରା ବେସରକାରୀ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ତିନି ଅଭିଯୁକ୍ତ ତାଙ୍କୁ ଜବରଦସ୍ତି ଏକ କାରରେ ବସାଇ ସାନ୍ତେମାରାହାଲ୍ଲି ସହରର ଏକ ଲଜ୍‌କୁ ନେଇଥିଲେ। ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।

ଅନ୍ୟପକ୍ଷରେ, ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ଦାବି କରିଛନ୍ତି ଯେ, ଯୁବତୀ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ସହ ଯାଇଥିଲେ। ଲଜ୍‌ରେ ଭିଡିଓ ରେକର୍ଡିଂକୁ କେନ୍ଦ୍ର କରି ବିବାଦ ହେବା ପରେ ସେମାନେ ଯୁବତୀଙ୍କୁ ପୁଣି ଫେରାଇ ଦେଇଥିବା କହିଛନ୍ତି। ତେବେ ପରେ ଯୁବତୀ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୋଲିସ କହିଛି, ମାମଲାର ସମସ୍ତ ପ୍ରମାଣ ଓ ଦୁଇ ପକ୍ଷର ବୟାନକୁ ଆଧାର କରି ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ