Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ‘ସଂସଦ ଚଲୋ’ ରାଲି ହିଂସା: ଦିଲ୍ଲୀ ପୁଲିସ ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗ, ଆଜି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

‘କକରୋଚ୍ ଜନତା ପାର୍ଟି (CJP)’ର ‘ସଂସଦ ଚଲୋ’ ରାଲି ସମୟରେ ଦିଲ୍ଲୀ ପୁଲିସ ପକ୍ଷରୁ ଅତ୍ୟଧିକ ବଳପ୍ରୟୋଗ ହୋଇଥିବା ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା (PIL)ର ଜରୁରୀ ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଜୁଲାଇ ୨୦ର ଘଟଣା ସମଗ୍ର ଦେଶର ବିବେକକୁ ଆଘାତ ଦେଇଛି। ଉଲ୍ଲେଖଯୋଗ୍ୟ, ଏହାର ପୂର୍ବଦିନ ହାଇକୋର୍ଟ ସମାନ ପ୍ରକୃତିର ଏକ ଆବେଦନର ଜରୁରୀ ଶୁଣାଣିକୁ ଅସ୍ୱୀକାର କରିଥିଲେ।

ଅନ୍ୟପଟେ, ଏହି ରାଲିରେ ହିଂସା, ପଥରମାଡ଼ ଓ ଭଙ୍ଗାରୁଜା ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୯ଟି ଏଫଆଇଆର୍ ରୁଜୁ କରିଛି। ପାର୍ଲାମେଣ୍ଟ ଷ୍ଟ୍ରିଟ୍, କନଟ୍ ପ୍ଲେସ୍ ଓ ବାରାଖମ୍ବା ସମେତ ବିଭିନ୍ନ ଥାନାରେ ମାମଲା ଦାଖଲ ହୋଇଛି। ଅଭିଯୁକ୍ତମାନଙ୍କୁ ସିସିଟିଭି ଓ ଭିଡିଓ ଫୁଟେଜ୍ ଆଧାରରେ ଚିହ୍ନଟ କରାଯାଉଥିବା ପୁଲିସ କହିଛି। ଅଭିଯୋଗରେ ଦଙ୍ଗା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ, ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଜଣେ ରାପିଡ୍ ଆକ୍ସନ ଫୋର୍ସ (RAF) ଯବାନଙ୍କ ଉପରେ ଜୀବନଘାତୀ ଆକ୍ରମଣ ଭଳି ସଙ୍ଗୀନ ଧାରା ସାମିଲ ରହିଛି।

‘କକରୋଚ୍ ଜନତା ପାର୍ଟି’ ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ ଆନ୍ଦୋଳନ, ଯାହା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଏକ ମୌଖିକ ମନ୍ତବ୍ୟ ପରେ ଆରମ୍ଭ ହୋଇଥିଲା। ପରେ CJI ସ୍ପଷ୍ଟ କରିଥିଲେ ଯେ ସେ ନକଲି ଡିଗ୍ରୀଧାରୀଙ୍କୁ ଉଦ୍ଦେଶ୍ୟ କରି ମନ୍ତବ୍ୟ ଦେଇଥିଲେ। ତେବେ କିଛି ଦିନ ମଧ୍ୟରେ ଲକ୍ଷାଧିକ ସମର୍ଥକ ପାଇଥିବା ‘Cockroach Janata Party’ର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ପରେ ସସ୍ପେଣ୍ଡ କରାଯାଇଥିଲା। ଏବେ ରାଲି ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories