Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ର ଆନ୍ଦୋଳନ ପ୍ରଭାବ: ବନ୍ଦ ହେଲା ୧୬ ମେଟ୍ରୋ ଷ୍ଟେସନ, ‘ଦିନ ମଧ୍ୟାହ୍ନ ସୁଦ୍ଧା ସମାଧାନ ନ ହେଲେ ମୁଁ ହସ୍ତକ୍ଷେପ କରିବି’– CJI

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ଯୋଗୁଁ ରାଜଧାନୀର ଏକାଧିକ ମେଟ୍ରୋ ଷ୍ଟେସନ ବନ୍ଦ ରହିଥିବା ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଗୁରୁବାର ମଧ୍ୟ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ସମେତ ମୋଟ ୧୬ଟି ମେଟ୍ରୋ ଷ୍ଟେସନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହାଫଳରେ ଓକିଲ, ସୁପ୍ରିମକୋର୍ଟ କର୍ମଚାରୀ ଏବଂ ସାଧାରଣ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ବିକାଶ ସିଂହ ଏହି ପ୍ରସଙ୍ଗ ଉଠାଇ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେ କହିଥିଲେଯେ, ସୁପ୍ରିମକୋର୍ଟର ବୈଧ ପ୍ରବେଶ ପାସ୍‌ ଥିବା ବ୍ୟକ୍ତି ଓ ରେଜିଷ୍ଟ୍ରି କର୍ମଚାରୀଙ୍କୁ ସୁରକ୍ଷା ଯାଞ୍ଚ ପରେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରେ ଓହ୍ଲାଇବାକୁ ଅନୁମତି ଦିଆଯାଉ। ଏହାର ଜବାବରେ ପ୍ରଧାନ ବିଚାରପତି କହିଥିଲେ ଯେ, ଏହି ବିଷୟରେ ସୁପ୍ରିମକୋର୍ଟ ପ୍ରଶାସନକୁ ପୂର୍ବରୁ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି, ଯଦି ଦିନ ମଧ୍ୟାହ୍ନ ସୁଦ୍ଧା ମେଟ୍ରୋ ଷ୍ଟେସନ ଖୋଲିବା ନେଇ କୌଣସି ସମାଧାନ ନ ହୁଏ, ତେବେ ସେ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ। ସେହିପରି ଓକିଲମାନେ ସମୟରେ କୋର୍ଟରେ ପହଞ୍ଚିପାରୁ ନଥିବାରୁ ସେମାନଙ୍କ ଅନୁପସ୍ଥିତିକୁ ନେଇ ଗୁରୁବାର କୌଣସି ପ୍ରତିକୂଳ ଆଦେଶ ନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories