Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସର ବିକ୍ଷୋଭ; ସୋନମ୍ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ କଡା ସମାଲୋଚନା

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ଜାରି ଥିବାବେଳେ, ପ୍ରସିଦ୍ଧ ଶିକ୍ଷାବିତ୍ ଓ ପରିବେଶବିତ୍ ସୋନମ୍ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ କଂଗ୍ରେସର ସାମ୍ପ୍ରତିକ ପ୍ରତିବାଦକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ କଂଗ୍ରେସ ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରକୃତ ଆନ୍ତରିକତାର ପରିଚୟ ଦେଉନଥିବା ଏବଂ ଏହା ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ବାସ୍ତବ ସମର୍ଥନ ନୁହେଁ ବୋଲି ସେ କହିଛନ୍ତି।

ଗୀତାଞ୍ଜଳି ଆଙ୍ଗମୋଙ୍କ କହିବା ଅନୁସାରେ,ରାଜନୈତିକ ଦଳମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିବା ପରିବର୍ତ୍ତେ ଜନ୍ତର ମନ୍ତରରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗଦେଇ ସେମାନଙ୍କ ଦାବିକୁ ସମର୍ଥନ କରିବା ଉଚିତ୍ ଥିଲା। ସେ ଅଭିଯୋଗ କରିଛନ୍ତି ଯେ, ସୋନମ୍ ୱାଙ୍ଗଚୁକଙ୍କ ଲୋକପ୍ରିୟତାକୁ କେତେକ ରାଜନୈତିକ ଦଳ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଦେଶର ସଚେତନ ଜନସାଧାରଣ ପ୍ରକୃତ ସମର୍ଥନ ଓ ରାଜନୈତିକ ନାଟକୀୟତା ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ: ସୋନମ୍ ୱାଙ୍ଗଚୁକ ବର୍ତ୍ତମାନ ଗୁରୁଗ୍ରାମର ଏକ ହସ୍ପିଟାଲରେ ଅନଶନର ୨୬ତମ ଦିନରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗୀତାଞ୍ଜଳି ଆଙ୍ଗମୋ ଆହୁରି ଆବେଦନ କରିଛନ୍ତି ଯେ, ଦେଶର ଅନ୍ୟ ସ୍ଥାନରେ ଘଟୁଥିବା ହିଂସାତ୍ମକ ଘଟଣା ସହ ଜନ୍ତର ମନ୍ତରରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନକୁ ବିନା ପ୍ରମାଣରେ ଯୋଡ଼ାଯିବା ଉଚିତ୍ ନୁହେଁ। ଏଭଳି ପଦକ୍ଷେପ ଆନ୍ଦୋଳନର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories