Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଥମିବନି ଆନ୍ଦୋଳନ! ସୋନମ ୱାଙ୍ଗଚୁକଙ୍କ ଅନଶନ ଶେଷ ପରେ ଅଭିଜିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସରକାରଙ୍କ ଆଶ୍ୱାସନା ପରେ ୨୬ ଦିନର ଅନଶନ ସମାପ୍ତ କରିଥିବାବେଳେ, କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନକୁ ନେଇ ବଡ଼ ବୟାନ ଦେଇଛନ୍ତି ଦଳର ସଂସ୍ଥାପକ ଅଭିଜିତ ଦୀପକେ। ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ସୁଧାରିବା ଏବଂ ସେ ଅନଶନ ଭଙ୍ଗ କରିବା ଖବରରେ ସେମାନେ ଅତ୍ୟନ୍ତ ଖୁସି ଓ ଆଶ୍ୱସ୍ତ। ସେ ୱାଙ୍ଗଚୁକଙ୍କ ସାହସ, ତ୍ୟାଗ ଓ ଦେଶ ପାଇଁ କରିଥିବା ସଂଘର୍ଷକୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ଜୀବନ ଦେଶ ପାଇଁ ଅମୂଲ୍ୟ ଅଟେ | ତାଙ୍କର ଏହି ୨୬ ଦିନର ଅନଶନକୁ ଆମେ ବ୍ୟର୍ଥ ହେବାକୁ ଦେବୁ ନାହିଁ | ଏ ପ୍ରତିବାଦ ଆଗକୁ ଜାରି ରହିବ |

ଅଭିଜିତ ସ୍ପଷ୍ଟ କରିଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କ ଅନଶନ ଶେଷ ହୋଇଥିଲେ ମଧ୍ୟ ଜନ୍ତର ମନ୍ତରରେ ଚାଲିଥିବା ସିଜେପିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବନ୍ଦ ହେବ ନାହିଁ। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଏମିତି ଜାରି ରହିବ | ତାଙ୍କ ମତରେ, ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ନିଶ୍ଚିତ ହେବା ପାଇଁ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। କେବଳ ‘ଫାଷ୍ଟ ଟ୍ରାକ କୋର୍ଟ’ ଗଠନ ଏହାର ସ୍ଥାୟୀ ସମାଧାନ ନୁହେଁ |

ସୂଚନାଯୋଗ୍ୟ, କେନ୍ଦ୍ରୀୟ ମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟିବା ପରେ ସରକାର ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଏବଂ ଜୁଲାଇ ୨୦ର ‘ସଂସଦ ମାର୍ଚ୍ଚ’ରେ ସାମିଲ ହୋଇଥିବା ଲୋକଙ୍କ ବିରୋଧରେ ରୁଜୁ ମାମଲାକୁ ସହାନୁଭୂତିଶୀଳ ଭାବେ ବିଚାର କରାଯିବ ବୋଲି ସରକାର କହିଛନ୍ତି। ସେହିପରି ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ NEET ପେପର୍ ଲିକ୍‌ ଘଟଣା ସହ ଜଡିତ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ସରକାର ସକାରାତ୍ମକ ବିଚାର କରିବାକୁ ଆଶ୍ୱାସନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ