Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେପର ଲିକ୍‌ ରୋକିବାକୁ କଡ଼ା ହେବ ଆଇନ; ବଢ଼ିବ ଜେଲ୍‌ ଦଣ୍ଡ ଓ ଜରିମାନା! ଫାଷ୍ଟ-ଟ୍ରାକ୍ କୋର୍ଟକୁ କ୍ୟାବିନେଟ୍‌ ମଞ୍ଜୁରି ସମ୍ଭାବନା

ନୂଆଦିଲ୍ଲୀ: NEET ପେପର ଲିକ୍‌କୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ପେପର ଲିକ୍‌ ବିରୋଧୀ ଆଇନକୁ ଆହୁରି କଡ଼ା କରିବାକୁ ପ୍ରସ୍ତୁତ ହେଉଛନ୍ତି। ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର୍ ମିନ୍ସ) ଆକ୍ଟ, ୨୦୨୪ରେ ସଂଶୋଧନ କରି ଦୋଷୀଙ୍କ ପାଇଁ ଅଧିକ ଜେଲ୍‌ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା କରାଯିବ। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ସଂଶୋଧନକୁ ମଞ୍ଜୁରି ମିଳିପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ପେପର ଲିକ୍‌ ମାମଲାର ଶୀଘ୍ର ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ବର୍ତ୍ତମାନ ଆଇନ ଅନୁସାରେ ପେପର ଲିକ୍‌ରେ ଦୋଷୀ ସାବ୍ୟସ୍ତ ହେଲେ ୩ରୁ ୫ ବର୍ଷ ଜେଲ୍‌ ଏବଂ ସର୍ବାଧିକ ୧୦ ଲକ୍ଷ ଟଙ୍କା ଜରିମାନା ରହିଛି। କିନ୍ତୁ ନୂଆ ଆଇନ ଲାଗୁ ହେଲେ ୫ରୁ ୧୦ ବର୍ଷ ଜେଲ୍‌ ଏବଂ ଅତି କମରେ ୧ କୋଟି ଟଙ୍କା ଜରିମାନାର ବ୍ୟବସ୍ଥା ରହିବ । ଏବେ ଏହି ଦଣ୍ଡ ଓ ଜରିମାନାକୁ ଆହୁରି କଠୋର କରିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ପେପର ଲିକ୍‌ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ। ସେ କହିଥିଲେ ଯେ, ଦୋଷୀଙ୍କୁ ଗିରଫ କରାଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ନଷ୍ଟ ନ ହେଉ ବୋଲି ସରକାର ତୁରନ୍ତ ପରୀକ୍ଷା ଆୟୋଜନ କରିଛନ୍ତି। ସେ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିବା ମଧ୍ୟ କହିଛନ୍ତି। ଯାହାଦ୍ୱାରା ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବ | କ୍ୟାବିନେଟ୍‌ର ଅନୁମୋଦନ ପରେ ସଂଶୋଧନ ବିଲ୍‌କୁ ସଂସଦରେ ଆଗାମୀ ସପ୍ତାହରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ଏପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories