Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମଙ୍କୁ ପୁଣିଥରେ ଜେଲଦଣ୍ଡ! ଜାମିନ ରଦ୍ଦ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ତଳ ଅଦାଲତ ପକ୍ଷରୁ ମିଳିଥିବା ସର୍ତ୍ତମୂଳକ ଜାମିନକୁ ସର୍ବୋଚ୍ଚ ଅଦାଲତ ରଦ୍ଦ କରିବା ସହ ସୋନମଙ୍କୁ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୫ ମେ ୧୧ରେ ବିବାହ ପରେ ରାଜା ରଘୁବଂଶୀ ଓ ସୋନମ ହନିମୁନ ପାଇଁ ମେଘାଳୟ ଯାଇଥିଲେ। ମେ ୨୦ ପରେ ରାଜା ନିଖୋଜ ହୋଇଥିବାବେଳେ, ଜୁନ୍ ୨ରେ ତାଙ୍କ ମୃତଦେହ ଏକ ଗଭୀର ଖାଇରୁ ଉଦ୍ଧାର କରାଯାଇଥିଲା। ପୁଲିସ ତଦନ୍ତରେ ସୋନମ, ତାଙ୍କ କଥିତ ପ୍ରେମିକ ରାଜ୍ କୁଶୱାହ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲାକୁ ନେଇ ସାରା ଦେଶରେ ବ୍ୟାପକ ଚର୍ଚ୍ଚା ହୋଇଥିଲା।

୨୦୨୬ ଏପ୍ରିଲରେ ସୋନମଙ୍କୁ ତଳ ଅଦାଲତ ଜାମିନ ଦେଇଥିଲେ। ତେବେ ମେଘାଳୟ ସରକାର ଏହି ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଶୁଣାଣି ସମୟରେ ରାଜ୍ୟ ସରକାର ନୂତନ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିଥିଲେ। ସେଗୁଡ଼ିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ସୋନମଙ୍କ ଜାମିନ ରଦ୍ଦ କରିବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଯାହା ଫଳରେ ସୋନମଙ୍କୁ ଆଉଥରେ ଜେଲର ଅନ୍ଧାର କୋଠରୀ ଭିତରକୁ ଯିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories