Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ସୂତ୍ର ଅନୁସାରେ, ”ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ପ୍ରଶ୍ନ ଉଠୁନାହିଁ , ସେପଟେ ଦାବି ପୂରଣ ପାଇଁ ଅଡି ରହିଛି ସିଜେପି

ନୂଆଦିଲ୍ଲୀ: ନିଟ୍ (NEET-UG) ପେପର ଲିକ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର ଧରିଥିବାବେଳେ ସରକାର ଏହି ସମ୍ଭାବନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସରକାରୀ ସୂତ୍ର ଅନୁସାରେ, ”ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ପ୍ରଶ୍ନ ଉଠୁନାହିଁ। ଇସ୍ତଫା ଦେଇ ଦାୟିତ୍ୱରୁ ପଳାଇଯିବା ସବୁଠାରୁ ସହଜ କାମ। ଲୋକମାନେ ଆମକୁ ଜନାଦେଶ ଦେଇଛନ୍ତି ଏବଂ ଆମେ ସମସ୍ୟାର ସମାଧାନ କରିବୁ।”

ସରକାରଙ୍କ କହିବା ଅନୁସାରେ, ପ୍ରତୀକାତ୍ମକ ପଦକ୍ଷେପ ନେବା ପରିବର୍ତ୍ତେ ଜାତୀୟ ପରୀକ୍ଷା ଏଜେନ୍ସି (NTA)ର ବ୍ୟବସ୍ଥାଗତ ତ୍ରୁଟି ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନ୍‌ଟିଏର ବିଭିନ୍ନ ଦୁର୍ବଳତାର ତାଲିକା ପ୍ରସ୍ତୁତ ହୋଇସାରିଛି ଏବଂ ଖୁବଶୀଘ୍ର ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରାଯିବ। ଏହାସହ ପେପର ଲିକ୍ ରାକେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ ଅନେକ ଗ୍ୟାଙ୍ଗକୁ ଧରାଯାଇଛି ଏବଂ ଆଗକୁ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ ବୋଲି ସୂତ୍ର ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ, ନିଟ୍ ପେପର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା କକରୋଚ ଜନତା ପାର୍ଟି (CJP) ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ରହିଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ପ୍ରାୟ ଦୁଇ ଘଣ୍ଟିଆ ବୈଠକରେ ସିଜେପି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ, ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ସମେତ ଏକାଧିକ ଦାବି ଉଠାଯାଇଥିଲା। ସରକାର କହିଛନ୍ତି ଯେ, ସମସ୍ତ ଦାବି ଉପରେ ବିଚାର କରାଯିବ ଏବଂ ପରବର୍ତ୍ତୀ ବୈଠକରେ ଏହାର ଉତ୍ତର ଦିଆଯିବ। ଏପଟେ କେନ୍ଦ୍ର ସରକାର ପେପର ଲିକ୍ ରୋକିବା ପାଇଁ କଡ଼ା ଆଇନ ଆଣିବାକୁ କ୍ୟାବିନେଟ୍‌ର ମଞ୍ଜୁରି ମଧ୍ୟ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories