Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପଞ୍ଜାବରେ ରାଜନୀତି ତେଜ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା BJP

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପଞ୍ଜାବରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ BJP ଓ ଆମ୍ ଆଦମୀ ପାର୍ଟି (AAP) ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। BJP ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ପଞ୍ଜାବ ଶିକ୍ଷାମନ୍ତ୍ରୀ ହରଜୋତ ସିଂହ ବୈନ୍ସଙ୍କ ଇସ୍ତଫା ଦାବି କରି କହିଛନ୍ତି ଯେ, PSEB ଦ୍ୱାଦଶ ଶ୍ରେଣୀ ଇଂରାଜୀ ପରୀକ୍ଷା, PSTET, ADO ପରୀକ୍ଷା ସମେତ ଅନେକ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟିଛି। ଏହାସହ ନାଏବ ତହସିଲଦାର, ଫାର୍ମାସି ଅଫିସର ପରୀକ୍ଷା ଏବଂ ଏକ୍ସାଇଜ୍ ଓ ଟ୍ୟାକ୍ସେସନ୍ ମେରିଟ୍ ତାଲିକାରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ କରିଛି।

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ BJPର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ପଞ୍ଜାବରେ ଗୋଟିଏ ବି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। ଦୁଇଟି ସ୍ଥାନରେ ନକଲ ପ୍ରୟାସ ଧରାପଡ଼ିଥିଲା, କିନ୍ତୁ ସେଗୁଡ଼ିକ ପ୍ରଶ୍ନପତ୍ର ଲିକ୍ ନୁହେଁ। ସରକାର ମାତ୍ର ୧୦ ମିନିଟ୍‌ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇ ନକଲ ଚକ୍ରକୁ ଭାଙ୍ଗିଥିବା ସେ ଦାବି କରିଛନ୍ତି। AAP ନେତା ବଲତେଜ ପନ୍ନୁ ମଧ୍ୟ କହିଛନ୍ତି, BJP ଓ କଂଗ୍ରେସ ଜାଣିଶୁଣି ନକଲ ଘଟଣାକୁ ପ୍ରଶ୍ନପତ୍ର ଲିକ୍ ବୋଲି ପ୍ରଚାର କରୁଛନ୍ତି।

ଏପଟେ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ମଧ୍ୟ ଗତ ଚାରି ବର୍ଷରେ ଛଅଟି ବଡ଼ ପ୍ରଶ୍ନପତ୍ର ଲିକ୍ ଘଟିଥିବା ଅଭିଯୋଗ କରି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ତେବେ AAP ସରକାର ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଏବେ ପଞ୍ଜାବର ରାଜନୀତି ସରଗରମ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories