Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭାରେ ଆଜି ପାରିତ ହେବ ‘ଆଣ୍ଟି ପେପର ଲିକ୍ ବିଲ୍’; ପରୀକ୍ଷା ଦୁର୍ନୀତି ବିରୋଧରେ ସରକାରଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ସଂସଦର ବର୍ଷାକାଳୀନ ଅଧିବେଶନରେ ସୋମବାର ଲୋକସଭାରେ ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍–୨୦୨୬ ଉପସ୍ଥାପନ କରାଯିବ। କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଏହି ବିଲ୍‌କୁ ଗୃହରେ ଉପସ୍ଥାପନ କରିବା ସହ ବିଚାର ଓ ପାରିତ କରିବା ପାଇଁ ପ୍ରସ୍ତାବ ଆଗତ କରିବେ। ସରକାର ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଦୁର୍ନୀତିମୁକ୍ତ କରିବା ଲକ୍ଷ୍ୟରେ ଏହି ସଂଶୋଧନ ଆଣୁଛନ୍ତି।

ପ୍ରସ୍ତାବିତ ବିଲ୍‌ରେ ପେପର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଅତ୍ୟନ୍ତ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସମ୍ପୃକ୍ତ ଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ, ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ସମ୍ପତ୍ତି ଜବତ କରିବାର ପ୍ରାବଧାନ ଏହି ପ୍ରସ୍ତାବରେ ରହିଛି। ଏହାସହ ଏପରି ମାମଲାର ଶୀଘ୍ର ସମାଧାନ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ବ୍ୟବସ୍ଥା କରାଯିବ ଏବଂ ତିନି ମାସ ମଧ୍ୟରେ ରାୟ ପ୍ରଦାନର ଲକ୍ଷ୍ୟ ରଖାଯାଇଛି।

ଏହାଛଡ଼ା ଲୋକସଭାରେ ସୁପ୍ରିମକୋର୍ଟ (ନ୍ୟାୟାଧୀଶ ସଂଖ୍ୟା) ସଂଶୋଧନ ବିଲ୍–୨୦୨୬ ମଧ୍ୟ ଆଲୋଚନା ପାଇଁ ଉପସ୍ଥାପନ କରାଯିବ। ଏହି ବିଲ୍‌କୁ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୃହରେ ଆଗତ କରିବେ। ସକାଳ ୧୧ଟାରେ ପ୍ରଶ୍ନକାଳ ସହ ଲୋକସଭାର କାର୍ଯ୍ୟବାହୀ ଆରମ୍ଭ ହେବ। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ଆଣ୍ଟି ପେପର ଲିକ୍ ବିଲ୍‌କୁ ଅନୁମୋଦନ କରିଥିବାବେଳେ, ଆଜି ସଂସଦରେ ଏହାକୁ ପାରିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories