Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପତ୍ନୀକୁ ନେଇ ଫେରାର ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେଲା ସ୍ୱାମୀ! ମହିଳାଙ୍କୁ ମଧ୍ୟ ଆକ୍ରମଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ପୂର୍ବ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରାଯାଇଛି। ଏହି ଘଟଣାରେ ଯୁବକ ଗୁରୁତର ଭାବେ ଦଗ୍ଧ ହୋଇଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ମହିଳାଙ୍କୁ ମଧ୍ୟ ଅଭିଯୁକ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ପିଛୋର ଅଞ୍ଚଳର ସବିତାଙ୍କ ବିବାହ ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାର ଧର୍ମେନ୍ଦ୍ର ନାଥଙ୍କ ସହ ହୋଇଥିଲା। ସେହି ଗାଁର ବିନୟ କୁମାର (୩୨ ବର୍ଷ )ଙ୍କ ସହ ସବିତାଙ୍କ ପରିଚୟ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା। ପ୍ରାୟ ତିନି ବର୍ଷ ପୂର୍ବେ ସବିତା ସ୍ୱାମୀଙ୍କୁ ଛାଡ଼ି ବିନୟଙ୍କ ସହ ଚାଲିଯାଇଥିଲେ ଏବଂ ପରେ ଉଭୟ ବିବାହ କରି ଗୁରୁଗ୍ରାମରେ ରହୁଥିଲେ। ଶୁକ୍ରବାର ସବିତା ଓ ବିନୟ ପିଛୋରରେ ତାଙ୍କ ବାପାମାଆଙ୍କ ଘରକୁ ଆସିଥିବା ସମୟରେ ଏହା ଜାଣି ଧର୍ମେନ୍ଦ୍ର ସେମାନଙ୍କ ପିଛା କରିଥିଲେ।

ରେଭାଇରୁ ପିଛୋର ଯାଉଥିବା ବେଳେ ଧର୍ମେନ୍ଦ୍ର ରାସ୍ତାରେ ବିନୟଙ୍କୁ ଅଟକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବିନୟଙ୍କୁ ବଞ୍ଚାଇବାକୁ ଆସିଥିବା ସବିତାଙ୍କୁ ମଧ୍ୟ ସେ ମାଡ଼ ମାରିଥିଲେ। ପାଖରେ କାମ କରୁଥିବା ଲୋକମାନେ ଦୌଡ଼ି ଆସି ବିନୟଙ୍କ ଦେହରେ ଲାଗିଥିବା ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ବିନୟଙ୍କୁ ଶିବପୁରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପିଛୋର ପୁଲିସ ଅଭିଯୁକ୍ତ ଧର୍ମେନ୍ଦ୍ର ନାଥଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories