Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନଷ୍ଟାଗ୍ରାମରେ କାହାର କେତେ ଫଲୋଅର୍ସ? ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ରାହୁଲ, ବିଜୟ ପର୍ଯ୍ୟନ୍ତ କିଏ ସେ ରହିଛନ୍ତି ଆଗରେ…

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍‌କୁ କେନ୍ଦ୍ର କରି ହୋଇଥିବା ଆନ୍ଦୋଳନ ପରେ ସୋସିଆଲ ମିଡିଆ ଏବେ ରାଜନୀତିର ଏକ ପ୍ରମୁଖ ମଞ୍ଚ ପାଲଟିଛି। ବିଶେଷକରି ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓ ଓ ରିଲ୍ସ ମାଧ୍ୟମରେ ଯୁବପିଢ଼ିଙ୍କ ପାଖରେ ପହଞ୍ଚିବାକୁ ରାଜନୈତିକ ଦଳ ଓ ନେତାମାନେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ କ୍ୟାବିନେଟ୍‌ ସହଯୋଗୀମାନଙ୍କୁ ସୋସିଆଲ ମିଡିଆରେ ଯୁବପିଢ଼ିଙ୍କ ସହ ଅଧିକ ସକ୍ରିୟ ଭାବେ ଯୋଡ଼ି ହେବାକୁ ଆହ୍ୱାନ କରିଛନ୍ତି।

ତେବେ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୨ ମିଲିୟନ୍‌ ଫଲୋଅର୍ସ ସହ ସବୁଠାରୁ ଆଗରେ ରହିଛନ୍ତି | ତାଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ରହିଛି ୩୨.୨ ମିଲିୟନ୍‌ ଫଲୋଅର୍ସ | ସେ ରହିଛନ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ | ତୃତୀୟ ସ୍ଥାନରେ ରହିଛନ୍ତି ନିତିନ ଗଡ଼କରୀ | ତାଙ୍କର ଫଲୋଅର୍ସ ସଂଖ୍ୟା ୬.୬ ମିଲିୟନ୍‌ ରହିଛି । ଏହାପରେ ଶିବରାଜ ସିଂହ ଚୌହାନ (୪.୮ ମିଲିୟନ୍‌), ଏସ୍‌. ଜୟଶଙ୍କର (୩.୪ ମିଲିୟନ୍‌), ରାଜନାଥ ସିଂହ (୨.୫ ମିଲିୟନ୍‌), ନିର୍ମଳା ସୀତାରମଣ ଓ ପୀୟୂଷ ଗୋୟଲ (ପ୍ରତ୍ୟେକ ୧.୭ ମିଲିୟନ୍‌), କିରେନ ରିଜିଜୁ (୧.୬ ମିଲିୟନ୍‌), ଅଶ୍ୱିନୀ ବୈଷ୍ଣବ (୧.୩ ମିଲିୟନ୍‌) ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ (୧ ମିଲିୟନ୍‌) ରହିଛନ୍ତି।

ସେହିପରି ବିରୋଧୀ ଦଳ ନେତାମାନଙ୍କ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ୧୮.୭ ମିଲିୟନ୍‌ ଫଲୋଅର୍ସ ସହ ସବୁଠାରୁ ଆଗରେ ଅଛନ୍ତି। ତାଙ୍କପରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ତାଙ୍କର ଫଲୋଅର୍ସ ସଂଖ୍ୟା ୧୪.୭ ମିଲିୟନ୍‌ ରେ ପହଞ୍ଚିଛି | ଏହାପରେ ଅସାଦୁଦ୍ଦିନ ଓୱେସୀ ୧୨.୫ ମିଲିୟନ୍‌ ଫଲୋଅର୍ସ ସହ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଓ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କର ୪ ମିଲିୟନ୍‌, ଏମ୍‌.କେ. ଷ୍ଟାଲିନ୍‌ଙ୍କର ୨.୩ ମିଲିୟନ୍‌, ଶଶି ଥରୁରଙ୍କର ୨.୨ ମିଲିୟନ୍‌, ଅଖିଳେଶ ଯାଦବ ଓ ଭଗବନ୍ତ ମାନଙ୍କର ୧.୮ ମିଲିୟନ୍‌, ତେଜସ୍ୱୀ ଯାଦବଙ୍କର ୧.୬ ମିଲିୟନ୍‌, କନ୍ହେୟା କୁମାରଙ୍କର ୧.୪ ମିଲିୟନ୍‌ ଏବଂ ସୁପ୍ରିୟା ସୁଲେଙ୍କର ୧.୧ ମିଲିୟନ୍‌ ଫଲୋଅର୍ସ ରହିଛି। ତେବେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମିଶାଇ ଦେଖିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବାଧିକ ଲୋକପ୍ରିୟ ନେତା ଭାବେ ଆଗରେ ରହିଛନ୍ତି । ତାଙ୍କର ଏକ୍ସରେ ୧୦୭ ମିଲିୟନ୍‌, ଫେସବୁକ୍‌ରେ ୬୦ ମିଲିୟନ୍‌, ୟୁଟ୍ୟୁବ୍‌ରେ ୩୧.୧ ମିଲିୟନ୍‌, ଲିଙ୍କଡ଼ିନ୍‌ରେ ୫.୫ ମିଲିୟନ୍‌ ଏବଂ ହ୍ୱାଟସ୍‌ଆପ୍‌ ଚ୍ୟାନେଲରେ ୧୫.୩ ମିଲିୟନ୍‌ ଫଲୋଅର୍ସ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories