Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ୍ ପରୀକ୍ଷାରେ ସଫଳ ହୋଇପାରିଲେନି; ଡାକ୍ତର ହେବାର ସ୍ୱପ୍ନ ଅଧାରେ ଛାଡ଼ି ଜୀବନ ହାରିଲେ ଛାତ୍ରୀ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାରେ ନିଟ୍ (NEET-UG) ପରୀକ୍ଷାରେ ସଫଳ ହୋଇପାରିନଥିବାରୁ ଜଣେ ୧୯ ବର୍ଷୀୟା ମେଡିକାଲ ଆଶାୟୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ନାମ ଅଙ୍କିତା ସାଙ୍ଗଲେ। ପରିବାର ଲୋକଙ୍କ କହିବା ଅନୁସାରେ, ନିଟ୍ ପରୀକ୍ଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ପୁନଃପରୀକ୍ଷାର ଫଳାଫଳ ତାଙ୍କୁ ଗଭୀର ମାନସିକ ଚାପରେ ପକାଇଥିଲା।

ପୋଲିସ ସୂଚନା ଅନୁଯାୟୀ, ଶନିବାର ଘରେ କେହି ନଥିବା ବେଳେ ଅଙ୍କିତା ଫାଶ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ସେଥିରେ ସେ ଲେଖିଛନ୍ତି ଯେ, ତାଙ୍କ ମୃତ୍ୟୁ ପାଇଁ ପରିବାରର କୌଣସି ସଦସ୍ୟଙ୍କୁ ଦୋଷ ଦିଆଯିବ ନାହିଁ। ନିଜ ବାପା-ମା’ଙ୍କୁ କ୍ଷମା ମାଗି ସେ ଲେଖିଛନ୍ତି ଯେ, ଡାକ୍ତର ହେବାର ସ୍ୱପ୍ନ ପୂରଣ କରିପାରିଲେ ନାହିଁ ଏବଂ ଏଥିପାଇଁ ସେ ଦୁଃଖିତ।

ପରିବାରର କହିବା ଅନୁସାରେ, ମେ’ ମାସରେ ହୋଇଥିବା ମୂଳ ନିଟ୍ ପରୀକ୍ଷାରେ ଅଙ୍କିତା ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗ ପରେ ହୋଇଥିବା ପୁନଃପରୀକ୍ଷାରେ ସେ ୧୬୬ ନମ୍ବର ପାଇଥିଲେ ଏବଂ କଟ୍-ଅଫ୍‌ଠାରୁ ୧୧ ନମ୍ବର କମ୍ ରହିଯାଇଥିଲେ। ଏହାପରଠାରୁ ସେ ଗଭୀର ଅବସାଦରେ ଥିବା ପରିବାର ଦାବି କରିଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories