Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ଆନ୍ଦୋଳନକାରୀଙ୍କୁ କଙ୍ଗନା ରଣାୱତଙ୍କ ଆକ୍ଷେପ; କହିଲେ– ‘ନିଜକୁ କକରୋଚ୍ କହୁଛ, ସେଭଳି ବ୍ୟବହାର ମଧ୍ୟ କରୁଛ’

ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ କକରୋଚ୍ ଜନତା ପାର୍ଟି (CJP)ର ଆନ୍ଦୋଳନ ପରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ଆନ୍ଦୋଳନକାରୀଙ୍କୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ପ୍ରତିବାଦର ଭିଡିଓକୁ ଉଲ୍ଲେଖ କରି ସେ କହିଛନ୍ତି, ଏପରି ଦୃଶ୍ୟ ସେ ଜୀବନରେ କେବେ ଦେଖିନଥିଲେ। ଆନ୍ଦୋଳନକାରୀଙ୍କ ଭାଷା, ଆଚରଣ ଓ ବ୍ୟବହାରକୁ ସେ ତୀବ୍ର ସମାଲୋଚନା କରିବା ସହ ଏହାକୁ ଅତ୍ୟନ୍ତ ଅରୁଚିକର ବୋଲି କହିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, ଭାରତ ବିବିଧ ସଂସ୍କୃତି, ସୌନ୍ଦର୍ଯ୍ୟ ଓ ଶାଳୀନତାର ଦେଶ। କିନ୍ତୁ CJP ଆନ୍ଦୋଳନର ଭିଡିଓ ଦେଖି ସେ ଆଶ୍ଚର୍ଯ୍ୟ ଓ ବିରକ୍ତ ହୋଇପଡ଼ିଥିବା କହିଛନ୍ତି। ସେ ଲେଖିଛନ୍ତି, “ତୁମେ ନିଜକୁ କକରୋଚ୍ ବୋଲି କହୁଛ ଏବଂ ସେହିଭଳି ଆଚରଣ ମଧ୍ୟ କରୁଛ। ତୁମମାନଙ୍କ ଭାଷା, ବ୍ୟବହାର ଓ କାର୍ଯ୍ୟକଳାପ କେବଳ ଅସ୍ୱଚ୍ଛତା ଓ କୁରୂପତାକୁ ପ୍ରକାଶ କରୁଛି।” ଏହି ଭିଡିଓ ଦେଖି ସେ ମାନସିକ ଭାବେ ବିଚଳିତ ହୋଇଥିବା ଏବଂ କିଛି ସମୟ ପାଇଁ ‘ଡିଜିଟାଲ୍ ଡିଟକ୍ସ’ର ଆବଶ୍ୟକତା ଅନୁଭବ କରୁଥିବା ମଧ୍ୟ କହିଛନ୍ତି।

ଏହାସହ କଙ୍ଗନା ସଂସଦରେ ସର୍ବସାଧାରଣ ପରୀକ୍ଷା (ଅନ୍ୟାୟ ଉପାୟ ନିବାରଣ) ସଂଶୋଧନ ବିଲ୍–୨୦୨୬କୁ ନେଇ ବିରୋଧୀ ଦଳଙ୍କ ଆଚରଣକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ଜାଣିଶୁଣି ସଂସଦର କାର୍ଯ୍ୟକୁ ବାଧା ଦେଉଛି ଏବଂ ଶିକ୍ଷା କ୍ଷେତ୍ରର ସଂସ୍କାରକୁ ଅଟକାଇବାକୁ ଚେଷ୍ଟା କରୁଛି। କଙ୍ଗନାଙ୍କ କହିବା ଅନୁସାରେ, “ବିରୋଧୀଙ୍କ ଉଦ୍ଦେଶ୍ୟ ହେଉଛି ଦେଶରେ କୌଣସି କାମ ଆଗକୁ ବଢ଼ିବାକୁ ନ ଦେବା, କାରଣ ସେମାନେ ଜନାଦେଶ ପାଇନାହାନ୍ତି।” ତାଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories