Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳରେ ସାମ୍ପ୍ରଦାୟିକ ହିଂସା: ଜଣେ ମୃତ, ୧୨ରୁ ଅଧିକ ଆହତ; ୫ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ

ନେପାଳ: ନେପାଳର କୋଶି ପ୍ରଦେଶର ସୁନସାରି ଜିଲ୍ଲାରେ ସାମ୍ପ୍ରଦାୟିକ ସଂଘର୍ଷ ଉଗ୍ର ରୂପ ନେଇଛି। ଏହି ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷାକର୍ମୀଙ୍କ ସମେତ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ସକାଳଠାରୁ ଜିଲ୍ଲାର ପାଞ୍ଚଟି ବଜାର ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି।

ସୂଚନା ଅନୁସାରେ, ହିଂସା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ମୁତୟନ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ହିଂସାର କାରଣ ଓ ପ୍ରକୃତ ଘଟଣାର ତଦନ୍ତ ଜାରି ରହିଛି। ପୁଲିସ ଓ ପ୍ରଶାସନ ଲୋକଙ୍କୁ ଶାନ୍ତି ବଜାୟ ରଖିବା ସହ ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛି।

ଉଲ୍ଲେଖଯୋଗ୍ୟ, ହିଂସା ପ୍ରଭାବିତ ସୁନସାରି ଜିଲ୍ଲା ଭାରତର ବିହାର ସୀମା ସହ ଲାଗି ରହିଛି। ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସତର୍କତା ବଢ଼ାଇଥିବାବେଳେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଛି। କର୍ଫ୍ୟୁ ଜାରି ହେବା ପରେ ବଜାର, ଦୋକାନ ଓ ଯାତାୟାତ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories