ମାନବିକତାର ପରଚୟ: ରକ୍ତଦାନ ପାଇଁ ବାଲେଶ୍ବର ବାସୀ ଏକାଠି


ବାଲେଶ୍ବର: ମାନବିକତାର ଗୋଟିଏ ଡାକରାରେ ବାଲେଶ୍ୱର ହୋଇଛି ଏକାଠି । ପୁଣି ରାତି ୧୧ ଟାରେ ବାଲେଶ୍ୱରର ଏକ ପ୍ରେରଣାଦାୟୀ ଦୃଶ୍ୟ ସମଗ୍ର ଦେଶ ଓ ଜାତି ପାଇଁ ଆଣି ଦେଇଛି ନୂଆଁ ସମ୍ଭାବନା । ରକ୍ତଦାନ ପାଇଁ ଘଡିକେ ଶହ ଶହ ଯୁବକ ଯୁବତୀଙ୍କ ଭିଡ ଲାଗିଲା ବାଲେଶ୍ବର ରକ୍ତ ଭଣ୍ଡାରରେ। ପୁଣି ଧାଡି ବାନ୍ଧି ରକ୍ତଦାନ କରୁଥିବା ଏଭଳି ଦୃଶ୍ୟ ଗତକାଲି ରାତିରେ ପ୍ରଥମ ଥର ପାଇଁ ବାଲେଶ୍ୱରରେ ଦେଖାଦେଇଛି । ସେଥିପାଇଁ ସବୁଠି ଓ ସବୁ ପ୍ରକାର ଲୋକ ବାଲେଶ୍ୱର ବାସୀଙ୍କୁ ସାଲୁଟ ଜଣାଉଛନ୍ତି । ଏଭଳି ପ୍ରେରଣା ଦାୟୀ ମାନବିକାତା ସମାଜରେ ବଞ୍ଚିଛି ଏହା ଦେଖାଇ ଦେଇଛି ବାଲେଶ୍ୱର। ବାଲେଶ୍ୱର ନିକଟସ୍ଥ ବାହାନଗା ରେଲ ଷ୍ଟେସନ ଠାରେ ହୋଇଥିବା ଛାତିଥରା ରେଲ ଦୂର୍ଘଟଣାର ଗୁରୁତର ଆହତ ବ୍ୟକ୍ତିଙ୍କୁ ରକ୍ତର ଆବଶ୍ୟକତାକୁ ନେଇ ବାଲେଶ୍ବର ଆଜି ହୋଇଛି ଏକାଠି । ଏହି ଦୂର୍ଘଟଣାରେ ଏଯାଏ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଭଳି ଆକଳନ କରାଯାଉଛି । ଏଥିପାଇଁ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଅପର ପକ୍ଷରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ,ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବାକୁ କେନ୍ଦ୍ର ସରକାରଙ୍କ ପଛରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏପରିକି ଦୂର୍ଘଟଣା ଗ୍ରସ୍ତଙ୍କୁ ବିଭିନ୍ନ ସହାୟତା ପାଇଁ ସରକାର ହେଲ୍ପ ଡେସ୍କ୍ ସହିତ ହେଲ୍ପ ଲାଇନ ଫୋନ ନମ୍ବର ଜାରି କରିଛନ୍ତି ।ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଏହା ଆଜି ବାଲେଶ୍ବର ବାସୀବି ନିଜର ମହାନତାକୁ ଏକ ନିଦର୍ଶନ ହିସାବରେ ସାରା ଦୁନିଆଁକୁ ଦେଖାଇ ଦେଇଛନ୍ତି । ସାଲୁଟ ବାଲେଶ୍ବର ।