Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଣ ବୋଝ ସହିପାରିଲେନି ପରିବାର; ବିଷ ପିଇ ଦମ୍ପତି ଓ ପୁଅଙ୍କ ଆତ୍ମହତ୍ୟା ସନ୍ଦେହ!

ଗୁଜରାଟ: ଗୁଜରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଏକ ପରିବାରର ତିନିଜଣ ସଦସ୍ୟ ବିଷାକ୍ତ ପଦାର୍ଥ ସେବନ କରି ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ପୁଲିସ ପ୍ରାଥମିକ ତଦନ୍ତରେ ଆର୍ଥିକ ସଙ୍କଟ ଓ କିମ୍ବା ଋଣ ଚାପ ଥାଇପାରେ ବୋଲି ସନ୍ଦେହ କରୁଛି। ମୃତକମାନେ ହେଲେ ଦିଲୀପ ଖାଖର, ତାଙ୍କ ପତ୍ନୀ ସ୍ମିତା ଖାଖର ଏବଂ ପୁଅ ନିଶିତ ଖାଖର।

ପୁଲିସ ସୂଚନା ଅନୁସାରେ, ପରିବାରର ତିନିଜଣ ଯାକ ବିଷାକ୍ତ ପଦାର୍ଥ ସେବନ କରିଥିଲେ, ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପରିବାରଟି ଦୀର୍ଘଦିନ ଧରି ଆର୍ଥିକ ସମସ୍ୟାରେ ଗତି କରୁଥିଲେ । ବିଶେଷକରି ପୁଅ ନିଶିତ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଋଣ ନେଇଥିବାରୁ ପରିବାର ଉପରେ ଋଣ ବୋଝ ବଢ଼ିଯାଇଥିଲା। ଘଟଣା ପରେ ପୁଲିସ ଏକ ମାମଲା ରୁଜୁ କରି ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା ପଛରେ ଥିବା ପରିସ୍ଥିତି ସମ୍ପର୍କରେ ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories