ବଡ଼ ଘୋଷଣା କଲେ ଶରଦ ପାୱାର, ଏନ୍ସିପିର ଦୁଇ ଗୋଷ୍ଠୀ ମିଶିବା ପ୍ରସଙ୍ଗରେ ଲଗାଇଲେ ପୂର୍ଣ୍ଣଛେଦ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏନ୍ସିପିର ଦୁଇ ଗୋଷ୍ଠୀର ସମ୍ଭାବ୍ୟ ମିଶ୍ରଣକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏନ୍ସିପି-ଏସ୍ପି (NCP-SP) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର ବଡ଼ ବୟାନ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ପରେ ରାଜ୍ୟର ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ, ଏନ୍ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ହେବାର କୌଣସି ସମ୍ଭାବନା ନାହିଁ।
ଏକ ପ୍ରଶ୍ନର ଉତ୍ତରରେ ଶରଦ ପାୱାର କହିଛନ୍ତି, “ଦୁଇ ଗୋଷ୍ଠୀର ମିଶ୍ରଣ ନେଇ କୌଣସି ପ୍ରଶ୍ନ ହିଁ ଉଠୁନାହିଁ।” ତାଙ୍କ ଏହି ବୟାନ ସହିତ ଦୀର୍ଘଦିନ ଧରି ଚାଲିଥିବା ମିଶ୍ରଣ ସମ୍ଭାବନା ଉପରେ ପ୍ରାୟତଃ ପୂର୍ଣ୍ଣଛେଦ ପଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।
ଉଲ୍ଲେଖଯୋଗ୍ୟ, ଏନ୍ସିପିରେ ବିଭାଜନ ପରେ ଶରଦ ପାୱାରଙ୍କ ନେତୃତ୍ୱରେ ଏନ୍ସିପି-ଏସ୍ପି ଏବଂ ଅଜିତ ପାୱାରଙ୍କ ନେତୃତ୍ୱରେ ଅନ୍ୟ ଗୋଷ୍ଠୀ ପୃଥକ ଭାବେ କାର୍ଯ୍ୟ କରୁଛି। ନିକଟରେ ଉଭୟ ଗୋଷ୍ଠୀ ପୁଣି ଏକାଠି ହେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଶରଦ ପାୱାରଙ୍କ ବୟାନ ପରେ ସେହି ସମସ୍ତ କଳ୍ପନାଜଳ୍ପନାରେ ବର୍ତ୍ତମାନ ବିରାମ ଲାଗିଛି।

