Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପ ପରିବାରକୁ ବିଷ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି ? ଇରାନ ସମର୍ଥକ ପ୍ରଚାର ଭିଡିଓକୁ ନେଇ ବଢ଼ିଲା ଚିନ୍ତା

ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏକ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଇରାନ ସମର୍ଥକଙ୍କ ନାମରେ ପ୍ରଚାରିତ ଏହି ଭିଡିଓରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଓ ପୁଅ ବାରୋନ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। ଭିଡିଓରେ ମେଲାନିଆ ଟ୍ରମ୍ପଙ୍କ ଯାତାୟାତ ପଥ, ସେ ଯାଉଥିବା କିଛି ସ୍ଥାନ ଏବଂ ତାଙ୍କ କିଣୁଥିବା ପୋଷାକରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଇବା ଭଳି ବିପଦଜ୍ଜନକ ସଙ୍କେତ ଦିଆଯାଇଥିବା କୁହାଯାଇଛି। ଭିଡିଓର ଶେଷରେ ବାରୋନ ଟ୍ରମ୍ପଙ୍କୁ ନେଇ ମଧ୍ୟ ଧମକପୂର୍ଣ୍ଣ ବାର୍ତ୍ତା ଦିଆଯାଇଥିବାରୁ ସୁରକ୍ଷା ଏଜେନ୍ସିମାନଙ୍କ ଚିନ୍ତା ବଢ଼ିଛି।

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ପରିବାରକୁ ନେଇ ଇରାନରେ ଉତ୍ତେଜକ ପ୍ରଚାର ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେହରାନରେ ଟ୍ରମ୍ପ ଓ ତାଙ୍କ ପରିବାର ସଦସ୍ୟଙ୍କ ଛବି ସହ ‘ରକ୍ତ ବଦଳରେ ରକ୍ତ’ ଭଳି ସ୍ଲୋଗାନ ଥିବା ହୋର୍ଡିଂ ଓ ବିଲବୋର୍ଡ ଲଗାଯାଇଥିବା ଦାବି କରାଯାଇଛି। ଏହି ଘଟଣା ପରେ ମେଲାନିଆ ଓ ବାରୋନ ଟ୍ରମ୍ପଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ସେମାନଙ୍କୁ ୨୪ ଘଣ୍ଟିଆ ସିକ୍ରେଟ୍ ସର୍ଭିସ ସୁରକ୍ଷା ଯୋଗାଇ ଦିଆଯାଇଥିବାବେଳେ ହ୍ୱାଇଟ୍ ହାଉସ, ନ୍ୟୁୟର୍କର ଟ୍ରମ୍ପ ଟାୱାର, ନ୍ୟୁ ଜର୍ସିର ବେଡମିନଷ୍ଟର ଗଲ୍ଫ କ୍ଲବ ଓ ଫ୍ଲୋରିଡାର ମାର୍-ଏ-ଲାଗୋ ଇଷ୍ଟେଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

ତେବେ ଏହି ପ୍ରଚାର ଭିଡିଓ କାହା ଦ୍ୱାରା ପ୍ରସ୍ତୁତ କରାଯାଇଛି ଓ ଏହା ପଛରେ କେଉଁ ସଂଗଠନ କିମ୍ବା ବ୍ୟକ୍ତିଙ୍କ ହାତ ରହିଛି, ସେନେଇ କୌଣସି ସରକାରୀ ସ୍ତରରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଏପରିକି ଏହି ଭିଡିଓରେ ଥିବା ଦାବି କିମ୍ବା ଧମକର ସତ୍ୟତା ମଧ୍ୟ ସ୍ୱାଧୀନ ଭାବେ ପ୍ରମାଣିତ ହୋଇନାହିଁ। ତଥାପି ଆମେରିକୀୟ ସୁରକ୍ଷା ସଂସ୍ଥାମାନେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସତର୍କତା ବଢ଼ାଇଥିବା ସହ ଟ୍ରମ୍ପ ପରିବାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ