Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ବର ଟ୍ରେନ୍‌ ଟ୍ରାଜେଡି; ୯ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ବାତିଲ କଲା ବିଜେପି

ନୂଆଦିଲ୍ଲୀ: ଗତକାଲିର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ନିଦ ହଜେଇ ଦେଇଥିବା ବେଳେ ବିଜେପି ନିଜର ୯ ବର୍ଷ ପୂର୍ତ୍ତି ଉତ୍ସବକୁ ନପାଳିବାକୁ ନିଷ୍ପତି ନେଇଛି । ଦଳ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ମିଳିଛି । ଏ ନେଇ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଗତକାଲିର ଟ୍ରେନ ଦୁର୍ଘଟଣା ପାଇଁ ସାରା ଦେଶରେ ଶୋକର ଲହରୀ ଖେଳିଯାଇଥିବା ବେଳେ ବିଜେପି ଦଳୀୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ତେବେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟଟନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆହତମାନଙ୍କୁ ଭେଟିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ଓ ଗୁରୁତର ଆହତଙ୍କୁ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ରେଳମନ୍ତ୍ରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories