Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ପିଓକେ’ରେ ନିର୍ବାଚନ ବର୍ଜନ ଆନ୍ଦୋଳନକୁ ନେଇ ହିଂସା; ୨୪ ଘଣ୍ଟାରେ ୨୦ ମୃତ! ୫୦ରୁ ଅଧିକ ଆହତ

ପିଓକେ: ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ନିର୍ବାଚନ ବର୍ଜନ ଆହ୍ୱାନକୁ ନେଇ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ଉପରେ ପାକିସ୍ତାନ ସୁରକ୍ଷା ବାହିନୀ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ତତଃ ୨୦ ଜଣ କାଶ୍ମୀରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ରାୱାଲାକୋଟର ଡ୍ରେକ୍ ଏଇଥ୍ ଅଞ୍ଚଳରେ ପ୍ରଦର୍ଶନକାରୀ ଓ ସୁରକ୍ଷା ବାହିନୀ ମଧ୍ୟରେ ହିଂସା ଘଟିଥିଲା। ନିର୍ବାଚନ ବର୍ଜନ ଦାବି କରୁଥିବା ଲୋକଙ୍କ ଉପରେ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଏଣ୍ଟ ଆୱାମୀ ଆକ୍ସନ୍ କମିଟିର ମୁଖପାତ୍ର ଉମର ନଜୀର କାଶ୍ମୀରୀଙ୍କ ଭାଇ ଉସମାନ ନଜୀରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପରେ ପାକିସ୍ତାନ ସରକାର ‘ପିଓକେ’ରେ ୧୪ ହଜାରରୁ ଅଧିକ ସଶସ୍ତ୍ର ସୁରକ୍ଷା କର୍ମୀ ମୁତୟନ କରିଛି। କେତେକ ସ୍ଥାନରେ ସ୍ନାଇପର୍ ମଧ୍ୟ ନିୟୋଜିତ କରାଯାଇଥିବା ଅଭିଯୋଗ ରହିଛି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ ପାଇଁ ଗୁଳି ଓ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିବା କୁହାଯାଉଛି। PoKର ୪୫ଟି ଆସନ ପାଇଁ ତିନି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ହିଂସା ଓ ଉତ୍ତେଜନାକୁ ନେଇ ଅଞ୍ଚଳରେ ଚିନ୍ତା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories