Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଙ୍ଗନାଙ୍କ ବୟାନକୁ କଡା ଜବାବ ଦେଲେ ସୌରଭ ଦାସ; କହିଲେ ‘ମୋ ସାଙ୍ଗମାନେ କହନ୍ତି ମୁଁ ହ୍ରିତିକଙ୍କ ପରି ଦେଖାଯାଏ’

ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଏବେ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଏବଂ CJP ମୁଖପାତ୍ର ସୌରଭ ଦାସଙ୍କ ମଧ୍ୟରେ ବାକ୍‌ଯୁଦ୍ଧର ରୂପ ନେଇଛି। ଜେନ୍-ଜେଡ୍ (Gen Z) ପିଢ଼ିର ଆନ୍ଦୋଳନକାରୀଙ୍କୁ କଙ୍ଗନା ‘ଗଟର ଜେନେରେସନ୍’ ବୋଲି ମନ୍ତବ୍ୟ କରିବା ସହ ସେମାନଙ୍କ ଭିଡିଓକୁ ‘ଦେଖିଲେ ବାନ୍ତି ଆସେ’ ବୋଲି କହିଥିଲେ। ଏହି ବୟାନ ପରେ କକ୍ରୋଚ ଜନତା ପାର୍ଟିର ପ୍ରବକ୍ତା ସୌରଭ ଦାସ କଡ଼ା ପ୍ରତିକ୍ରିୟା ରଖିଛନ୍ତି।

ଏକ ସାକ୍ଷାତ୍କାରରେ ସୌରଭ କହିଛନ୍ତି ଯେ, କଙ୍ଗନାଙ୍କ ପ୍ରତି ତାଙ୍କର କୌଣସି ବ୍ୟକ୍ତିଗତ ବିରୋଧ ନାହିଁ। କିନ୍ତୁ କଙ୍ଗନା ବାରମ୍ବାର ଜେନ୍-ଜେଡ୍ ଯୁବପିଢ଼ି ଓ ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁଥିବା ଅଭିଯୋଗ ସେ କରିଛନ୍ତି। ଏହା ସହ ସେ ହସି କହିଛନ୍ତି ଯେ, ତାଙ୍କ ସାଙ୍ଗମାନେ ପ୍ରାୟତଃ କହନ୍ତି ସେ ଯୁବକ ସମୟର ହ୍ରିତିକ ରୋଶନଙ୍କ ପରି ଦେଖାଯାଆନ୍ତି।

ସୌରଭ ଆହୁରି କହିଛନ୍ତି ଯେ, କଙ୍ଗନାଙ୍କ ମନ୍ତବ୍ୟରୁ ହତାଶାର ଝଲକ ଦେଖିବାକୁ ମିଳୁଛି। ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ କଙ୍ଗନାଙ୍କୁ ଉଦ୍ଦେଶ୍ୟ କରି “ଟିକେ ଶାନ୍ତ ହୁଅନ୍ତୁ, ଆସନ୍ତୁ ବସି କଥା ହେବା” ବୋଲି ଲେଖିଥିବା କଥା ମଧ୍ୟ କହିଛନ୍ତି। ତାଙ୍କ ମତରେ, ମତଭେଦକୁ ବ୍ୟକ୍ତିଗତ ଆକ୍ରମଣରେ ପରିଣତ କରିବା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ଉଚିତ। ଏହି ବିବାଦକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories