Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ବିଲ୍; ଅମିତ ଶାହଙ୍କୁ ନେଇ ସଂସଦରେ ତୀବ୍ର ବିରୋଧ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିକୁ ନେଇ ଗୁରୁବାର ସଂସଦର ଉଭୟ ସଦନରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା। ବିରୋଧୀ ସଦସ୍ୟଙ୍କ ଜୋରଦାର ବିରୋଧ ମଧ୍ୟରେ ‘ବନ୍ଦେ ମାତରମ୍ ବିଲ୍’ ବାଚନିକ ଭୋଟରେ ପାରିତ ହୋଇଛି। ଏହି ବିଲ୍ ପୂର୍ବରୁ ରାଜ୍ୟସଭାରେ ଅନୁମୋଦିତ ହୋଇସାରିଛି। ହଟ୍ଟଗୋଳ ଜାରି ରହିବାରୁ ଲୋକସଭାର କାର୍ଯ୍ୟବାହୀକୁ ଶୁକ୍ରବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।

ଅନ୍ୟପକ୍ଷରେ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା (ଅସାଧୁ ମାଧ୍ୟମ ନିବାରଣ) ସଂଶୋଧନ ବିଲ୍–୨୦୨୬ ଉପରେ ଆଲୋଚନା ହୋଇଥିଲା। ବିତର୍କ ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ, ନୂଆ ବିଲ୍‌ରେ କୌଣସି ମୌଳିକ ପରିବର୍ତ୍ତନ ନାହିଁ। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କେବଳ କଠୋର ଆଇନ ନୁହେଁ, ବରଂ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି ସେ ମତ ରଖିଥିଲେ। ସେ ଜୁଲାଇ ୨୦ର ‘ସଂସଦ ଚଲୋ’ ଆନ୍ଦୋଳନ ସମୟରେ ଛାତ୍ରମାନଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇ ସରକାର ସଂସଦରେ ସତ୍ୟ ଉପସ୍ଥାପନ କରିବା ଉଚିତ ବୋଲି କହିଥିଲେ।

ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଜୁଲାଇ ୨୦ର ଛାତ୍ର ଆନ୍ଦୋଳନ ସମୟରେ ଛାତ୍ରମାନଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିବା ଅଭିଯୋଗ କରି ସେ ଏହା ପାଇଁ ଅମିତ ଶାହଙ୍କୁ ଦାୟୀ କରିଥିଲେ। ଏହି ମନ୍ତବ୍ୟକୁ ନେଇ ଟ୍ରେଜେରୀ ବେଞ୍ଚର ସଦସ୍ୟମାନେ ତୀବ୍ର ବିରୋଧ କରିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ହୋହଲ୍ଲା ଦେଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories