Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କ୍ରେନ ଜରିଆରେ ବଗି ଉଠାଇବା କାମ ଆରମ୍ଭ

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମୃତ୍ୟୁ ସଂଖ୍ୟା ୨୩୮ ପହଞ୍ଚିଲାଣି। ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ଏବଂ ରିଲିଫ୍ ତଦାରଖ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ସାରିଛନ୍ତି। ସେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି। ତାମିଲନାଡ଼ୁ ସରକାରଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆସିବେ। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଦୁର୍ଘଟଣାସ୍ଥଳକୁ ଆସିବେ ବୋଲି ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରେଳ ଦୁର୍ଘଟଣାକୁ ଆସିବେ ବୋଲି ପିଏମଓ ସୂତ୍ରରୁ ପ୍ରକାଶ। ଦୁର୍ଘଟଣାସ୍ଥଳ ବାହାନଗାକୁ ଯାଇ ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବେ। ଏହା ପରେ କଟକ ଯିବେ ଏବଂ ସେଠାରେ ଏସସିବିରେ ଚିକିତ୍ସାଧୀନ ଆହତ ରେଳ ଯାତ୍ରୀଙ୍କୁ ଭେଟିବେ। ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ଆଜି ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ରେଳ ଦୁର୍ଘଟଣା ପରେ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଏହି ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ଘଟିଛି। ପ୍ରଥମେ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଏହା ଉପରେ ଚଢି ଯାଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହା ପରେ ଆସୁଥିବା ହାଓ୍ଵଡା ଏକ୍ସପ୍ରେସ୍ ଲାଇନଚ୍ୟୁତ୍ କରମଣ୍ଡଳର ବଗିକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ଭୀଷଣ ରୂପ ନେଇଥିଲା। ୨ଟି ଟ୍ରେନର ମୋଟ୍ ୧୭ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ୧୬ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ହେଲା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସେନା, ବାୟୁସେନା, ଏନଡିଆରଏଫ, ଓଡ୍ରାଫ ସହ ଅନେକ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଅପରେସନ ଚଳାଇଛନ୍ତି। ରେଳବାଇର ସ୍ଵତନ୍ତ୍ର କ୍ରେନ ଯୋଗେ ବଗି ଗୁଡ଼ିକୁ ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଓଲଟି ପଡ଼ିଥିବା ସମସ୍ତ ବଗିକୁ ଉଠାଇବା ପରେ ଯାଇ ଉଦ୍ଧାରକାର୍ଯ୍ୟ ସରିବ ଏବଂ ପ୍ରକୃତ ମୃତ ସଂଖ୍ୟା ସ୍ପଷ୍ଟ ହେବ।