Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ଗୃହୀତ ହେଲା ‘ବନ୍ଦେ ମାତରମ୍’ ଓ ପ୍ରଶ୍ନପତ୍ର ଲିକ୍ ନିରୋଧ ବିଲ୍, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହେବ ଆଇନ

ସଂସଦରେ ‘ବନ୍ଦେ ମାତରମ୍ ବା ଜାତୀୟ ସମ୍ମାନକୁ ଅପମାନ ନିବାରଣ (ସଂଶୋଧନ) ବିଲ୍-୨୦୨୬’ ଓ ‘ସାଧାରଣ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍’ ଗୃହୀତ ହୋଇଛି। ବନ୍ଦେ ମାତରମ୍ ବିଲ୍ ରାଜ୍ୟସଭା ପରେ ଲୋକସଭାରେ ଏବଂ ପ୍ରଶ୍ନପତ୍ର ଲିକ୍ ନିରୋଧ ବିଲ୍ ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି। ଉଭୟ ବିଲ୍‌କୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ବନ୍ଦେ ମାତରମ୍ ବିଲ୍ ଅନୁଯାୟୀ, ଜାତୀୟ ସଙ୍ଗୀତ, ଜାତୀୟ ପତାକା ଓ ସମ୍ବିଧାନ ପରି ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ଆଇନଗତ ସୁରକ୍ଷା ମିଳିବ। ଏହାକୁ ଇଚ୍ଛାକୃତ ଭାବେ ଅପମାନ କିମ୍ବା ବାଧା ସୃଷ୍ଟି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।

ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ଦୁର୍ନୀତି ରୋକିବା ପାଇଁ ଆସିଥିବା ସଂଶୋଧନ ବିଲ୍‌କୁ ନେଇ ସଂସଦରେ ତୀବ୍ର ବିତର୍କ ହୋଇଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାର ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସମାଲୋଚନା କରି କହିଥିଲେ, କେବଳ କଠୋର ଦଣ୍ଡ ଦେଲେ ପ୍ରଶ୍ନପତ୍ର ଲିକ୍ ବନ୍ଦ ହେବ ନାହିଁ; ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ମୌଳିକ ସଂସ୍କାର ଆବଶ୍ୟକ। ସେ ଏହାକୁ ଲୋକଦେଖାଣିଆ ପଦକ୍ଷେପ ବୋଲି ଅଭିହିତ କରିବା ସହ ନିଟ୍ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇଥିଲେ।

ଅନ୍ୟପଟେ ବିଜେପି ସାଂସଦ କବିତା ପଟିଦାର ବିରୋଧୀ ଦଳ ଛାତ୍ର ଆତ୍ମହତ୍ୟା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରାଜନୀତିକରଣ କରୁଥିବା ଅଭିଯୋଗ କରିଥିଲେ। ସେହିପରି ଅନ୍ୟ ସାଂସଦମାନେ ମଧ୍ୟ ବିଭିନ୍ନ ରାଜ୍ୟର ପ୍ରଶ୍ନପତ୍ର ଲିକ୍ ଘଟଣା ଉଠାଇ ଆଲୋଚନା କରିଥିଲେ। ଏହି ଦୁଇ ବିଲ୍ ପାରିତ ହେବା ପରେ ଜାତୀୟ ସମ୍ମାନର ସୁରକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ୱଚ୍ଛତାକୁ ନେଇ କେନ୍ଦ୍ର ସରକାରଙ୍କ ଆଇନଗତ ଢାଞ୍ଚା ଆହୁରି କଡ଼ା ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories