Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କ ୨୩ ବର୍ଷୀୟ ପତ୍ନୀଙ୍କ ଆତ୍ମହତ୍ୟା; ସନ୍ଦେହରେ ମୃତ୍ୟୁର କାରଣ

ହରିୟାଣା: ହରିୟାଣାର ରୋହତକ ଜିଲ୍ଲାରେ ଅନ୍ତର୍ଜାତୀୟ କବାଡି ଖେଳାଳି ଶିଲୁ ବଲହାରାଙ୍କ ୨୩ ବର୍ଷୀୟ ପତ୍ନୀ ମୁସ୍କାନଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ଅପରାହ୍ନରେ ନିଜ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି |

ମୃତକ ମୁସ୍କାନ ରୋହତକର ମେହମ୍ ଅଞ୍ଚଳର ବାସିନ୍ଦା ଥିଲେ। ୨୦୨୩ ଡିସେମ୍ବରରେ ତାଙ୍କର ଶିଲୁ ବଲହାରାଙ୍କ ସହ ବିବାହ ହୋଇଥିଲା। ଗତବର୍ଷ ନଭେମ୍ବରରେ ଦମ୍ପତିଙ୍କ ଏକ ପୁଅ ମଧ୍ୟ ଜନ୍ମ ନେଇଥିଲା, ଯାହାର ନାମ ହେଉଛି ହାର୍ଦ୍ଦିକ। ସୂଚନା ଅନୁସାରେ, ଆତ୍ମହତ୍ୟାର ଗୋଟିଏ ଦିନ ପୂର୍ବରୁ ମୁସ୍କାନ ସୋସିଆଲ୍ ମିଡିଆରେ ଏକ ପଞ୍ଜାବୀ ଗୀତରେ ରିଲ୍ ପୋଷ୍ଟ କରିଥିଲେ। ତେବେ ଏହି ଘଟଣା ସହ ତାହାର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ନିକଟରେ ଉତ୍ତରାଖଣ୍ଡର ଦେହରାଦୁନରେ ଜଣେ ସରକାରୀ ଶିକ୍ଷୟିତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ, ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ମାନସିକ ଏବଂ ଶାରୀରିକ ନିର୍ଯାତନା ଯୋଗୁଁ ସେ ଏପରି ଚରମ ପଦକ୍ଷେପ ନେଇଥିଲେ। ଏବେ ରୋହତକ ଘଟଣାରେ ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପରିବାର ସଦସ୍ୟ ଓ ସମ୍ପର୍କିତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories