Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍ ଦୁର୍ଘଟଣା; ସରିଲା ଉଦ୍ଧାର କାର୍ଯ୍ୟ, ଆରମ୍ଭ ହେଲା ଟ୍ରେନ୍‌ ଟ୍ରାକ୍‌ ପୁନରୁଦ୍ଧାର କାର୍ଯ୍ୟ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା। ଗତକାଲିଠୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଏବେ ଶେଷ ହୋଇଛି। ବର୍ତ୍ତମାନ ଟ୍ରେନ୍‌ ଟ୍ରାକ୍‌ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ତେବେ ମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭରୁ ଘଟଣାର ତଦନ୍ତ ହେବ। ଭବିଷ୍ୟତରେ ଯେମିତି ଏପରି ଘଟଣା  ଆଉ ନ ଘଟେ ସେଥିପାଇଁ ବ୍ୟବସ୍ଥା କରାଯିବ। ତେବେ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଗଲାଣି।

ସୂଚନା ଥାଉକି ବାଲେଶ୍ୱରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ  ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସକାଳୁ ସକାଳୁ ରେଳମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଦୁର୍ଘଟଣା ସ୍ଥଳକୁ ମୋଦୀ ମଧ୍ୟ ସ୍ଥିତି ଅନୁଧ୍ୟାନ ନିମନ୍ତେ ଆସିବେ। ଗୁରୁତର ଓ ଆହତମାନଙ୍କର ଚିକିତ୍ସା ଯୋଗାଇ ଦେବା ଲାଗି ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories