Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଜିତ ଦୀପକେଙ୍କ ବିଦେଶ ପାଠପଢ଼ାର ଅର୍ଥ କେଉଁଠୁ ଆସିଲା? ତଦନ୍ତ ଦାବି କଲେ RTI କର୍ମୀ

ସୁରତର RTI କର୍ମୀ ଅମିତ ତିୱାରୀ କକରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ପରିବାରର ଆର୍ଥିକ ସ୍ଥିତି ନେଇ ତଦନ୍ତ ଦାବି କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିବା ଦୀପକେଙ୍କ ପିତା ଭଗବାନରାଓ ଦୀପକେ କିପରି ନିଜ ପୁଅଙ୍କ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଯୋଗାଡ଼ କଲେ। ଏହାର ତଦନ୍ତ କରିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ଏହାସହ ଅମିତ ତିୱାରୀ ନିର୍ବାଚନ କମିଶନ ଓ କର ବିଭାଗକୁ ଚିଠି ଲେଖି CJPର ଆଇନଗତ ସ୍ଥିତି ଯାଞ୍ଚ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, CJP ଏପର୍ଯ୍ୟନ୍ତ ନିର୍ବାଚନ କମିଶନରେ ପଞ୍ଜୀକୃତ ରାଜନୈତିକ ଦଳ ନୁହେଁ। ତେଣୁ ରାଜନୈତିକ ଦଳ ନାମରେ ଅର୍ଥ ସଂଗ୍ରହ କରିବା କିମ୍ବା ଗ୍ରହଣ କରିବା ଆଇନସମ୍ମତ କି ନୁହେଁ, ତାହାର ଯାଞ୍ଚ ହେବା ଉଚିତ।

ସେହିପରି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ CJP ଆନ୍ଦୋଳନକାରୀଙ୍କ ଆଇନଗତ ସହାୟତା ପାଇଁ ୧ କୋଟି ଟଙ୍କାର ଲିଗାଲ ଡିଫେନ୍ସ ଫଣ୍ଡ ଘୋଷଣା କରିଥିବା ବେଳେ, ସେହି ଅର୍ଥ ଉପରେ GST ଲାଗୁ ହେବ କି ନାହିଁ ସେନେଇ ମଧ୍ୟ କେନ୍ଦ୍ରୀୟ ପରୋକ୍ଷ କର ଓ ଶୁଳ୍କ ବୋର୍ଡ (CBIC)କୁ ଯାଞ୍ଚ କରିବାକୁ ତିୱାରୀ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories