Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଆସାମରେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା! ମୁହଁକୁ ପଥରରେ ଛେଚିବା ସହ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରାଯାଇଥିବା ଅଭିଯୋଗ

ଆସାମ: ଆସାମର ହାଇଲାକାଣ୍ଡି ଜିଲ୍ଲାରେ ଜଣେ ୧୫ ବର୍ଷୀୟା କିଶୋରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କିଶୋରୀଙ୍କୁ ହତ୍ୟା କରିବା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିଲା। ତେବେ ପୁଲିସ କହିଛି, ଏହି ଅଭିଯୋଗର ସତ୍ୟତା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।

ସୂଚନା ଅନୁସାରେ, ଶନିବାର ରାତିରେ ପରିବାର ସଦସ୍ୟମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜିରେ ଯାଇଥିଲେ। କୌଣସି କାରଣରୁ କିଶୋରୀ ଏକୁଟିଆ ଘରକୁ ଫେରି ଆସିଥିଲେ। ପରେ ପରିବାର ଘରକୁ ଫେରିବା ବେଳେ କିଶୋରୀଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିଥିଲେ। ତେବେ ମୃତଦେହକୁ ଏପରି ଅବସ୍ଥାରେ ଛାଡିଦିଆଯାଇଥିଲାଯେ, ପରିବାର ଲୋକଙ୍କୁ ମୃତଦେହକୁ ଚିହ୍ନିବା କଷ୍ଟକର ହୋଇ ପଡିଥିଲା | ଘଟଣା ପରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ-୬ ଅବରୋଧ କରି ଅଭିଯୁକ୍ତଙ୍କ ଗିରଫ ଏବଂ କଠୋର ଦଣ୍ଡ ଦାବି କରିଥିଲେ।

ପୋଲିସ ସୂତ୍ର ଅନୁଯାୟୀ ତାଙ୍କ ମୁଣ୍ଡ ଏବଂ ମୁହଁକୁ କ୍ଷତବିକ୍ଷତ କରାଯାଇଥିଲା ଏବଂ ତାଙ୍କ ଗୁପ୍ତାଙ୍ଗରେ ଏକ ରଡ୍ ପ୍ରବେଶ କରାଯାଇଥିଲା, ଏଥିରୁ ସେ କେତେ ଭୟଙ୍କର ଅବସ୍ଥାରେ ଗତି କରିଥିଲେ ବୋଲି ଅନୁମାନ କରାଯାଉଛି | ତେବେ ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହାଇଲାକାଣ୍ଡି ଏସଏସପି ଅମିତାଭ ସିନ୍ହା କହିଛନ୍ତି ଯେ, ମାମଲା ରୁଜୁ କରାଯାଇଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଓ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଉପରେ ସ୍ପଷ୍ଟ ତଥ୍ୟ ମିଳିବ। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories